ଗ୍ରହଶାନ୍ତି ପାଇଁ ୩୦ ବର୍ଷ ହେଲା ଦୋକାନ ଦୋକାନ ବୁଲି ଲେମ୍ବୁ ବାନ୍ଧୁଛନ୍ତି ଉପେନ୍ଦ୍ର

ଯାଜପୁର-୧୨/୫(ଓଡିଆ ପୁଅ/ଏ.ରାଉତ): ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ବାସଗୃହ ସମ୍ମୁଖରେ ଲେମ୍ଭୁ ଓ କଂଚା ଲଙ୍କା ବାନ୍ଧି ଓହଳାଇଦେଲେ ଗ୍ରହଶାନ୍ତି ହୁଏ ଏବଂ କାହାର କୁଦୃଷ୍ଟି ଲାଗେନାହିଁ। ଏକଥାକୁ କିଏ ବୁଝୁ ବା ନବୁଝୁ ନିଜର ବ୍ୟବସାୟିକ ପରିଚାଳନା ଓ ପରିବାର ପ୍ରତିପୋଷଣ ପାଇଁ ଠିକ ଢ଼ଙ୍ଗରେ ବୁଛିଛନ୍ତି ଉପେନ୍ଦ୍ର କୁମାର ନନ୍ଦୀ। ବୟସ ତାଙ୍କର ୫୦ ଓ ଘର ଯାଜପୁର ସହରର ଚଇନିପୁର। ଆଜିକୁ ୩୦ ବର୍ଷ ତଳେ ସେ ପ୍ରଥମେ ପରିବାର ଗୁଜୁରାଣ ମେଂଟାଇବାକୁ ଆସିଥିଲେ ଡୋଲିପୁର ସହର। ସେବେଠୁ ସେ ଲେମ୍ବୁ ବେପାର ପ୍ରତି ଆକୃଷ୍ଟ ହୋଇ ସେହି ବେପାରରେ ୮ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରୁଛନ୍ତି। ପ୍ରତି ଶନିବାର ସହରର ସମସ୍ତ ଦୋକାନ, ଅଫିସ ଓ ଗୃହ ସମ୍ମୁଖରେ ତାରରେ ଆଣିଥିବା ଲେମ୍ବୁ ଓ କଂଚାଲଙ୍କା ବାନ୍ଧି ପାଉଣା ବାବଦରେ ୧୦ ଟଙ୍କା ନିଅନ୍ତି। ଏହି ବେପାରରେ ଦିନକୁ ଆଠ ଶହରୁ ପାଂଚ ଶହ ଟଙ୍କା ରୋଜଗାର କରୁତିବାବେଳେ ଏବେ ଏହା ଟିକେ ମାନ୍ଦା ପଡିଯାଇଥିବା କୁହନ୍ତି ଉପେନ୍ଦ୍ର। ଆଗେ ବ୍ୟାସନଗର ସହରରେ ଲେମ୍ବୁ ଦୋକାନ ଅଲଗା ଥିବାବେଳେ ଏବେ ସବୁ ପରିବା ଦୋକନୀ ଏହାକୁ ରଖିବାରୁ ଆମ ବ୍ୟବସାୟ ମାନ୍ଦା ପଡିଯାଇଛି। ତଥାପି ଏଠାରୁ ୩୫ କିଳୋମିଟର ଦୂର ଯାଜପୁର ସହରରୁ ମୁଁ ପ୍ରତିଦିନ ସକାଳ ୫ଟାରେ ଘରୁ ବାହାରି ଏଠାରେ ପହଂଚି ଘର ଘର ବୁଲି ଲେମ୍ବୁ ବ୍ୟବସାୟ ଆରମ୍ଭ କରି ସଂଧ୍ୟାରେ ଘରକୁ ଫେରିଯାଏ। ଏହି ବ୍ୟବସାୟ ମୋତେ ଏତେ ଆନନ୍ଦ ଦେଉଥିବାରୁ ଆଉ କୌଣସି ବ୍ୟବସାୟ ପ୍ରତି ମୋ ମନ ବଳାଏ ନାହିଁ। ଏଣୁ ଯେତେଦିନ ପର୍ଯ୍ୟନ୍ତ ପାରୁଥିବି ଏହି ବ୍ୟବସାୟକୁ ବ୍ୟାସନଗର ରେ ଚଳାଇ ରଖିବିବୋଳି କହନ୍ତି ଉପେନ୍ଦ୍ର।

Leave a Reply

Your email address will not be published. Required fields are marked *