ଓଡ଼ିଶା

ଗ୍ରହଣ ଛାଡିବା ପରେ ସମୁଦ୍ରରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ପୁରୀ:୨୮/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗତକାଲି ବିରଳ ଚନ୍ଦ୍ରଗ୍ରହଣ ଲାଗିବା ପରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ମହାସ୍ନାନ ହେବା ସହିତ ଗ୍ରହଣ ଭୋଗ କରାଯାଇଥିଲା। ଭୋର ୪ଟାରେ ଗ୍ରହଣ ଛାଡିବା ପରେ ଲୋକମାନେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ରରେ ସ୍ନାନ କରୁଥିବା ଦେଖା ଯାଇଥିଲା। ସମୁଦ୍ରରେ ସ୍ନାନ କରି ଲୋକମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସେହିପରି ସହରରେ ଥିବା ବିଭିନ୍ନ ଦେବାଦେବୀମାନଙ୍କର ମନ୍ଦିରରେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଭିଡ ଲାଗିଥିବା ଦେଖା ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top