ଗୌହାଟୀ: ବ୍ରହ୍ମପୁତ୍ର ନଦୀରେ ବୁଡ଼ିଲା ଡଙ୍ଗା ୨ ମୃତ, ୨୬ ନିଖୋଜ

ଗୌହାଟୀ ୫-୯ (ଓଡ଼ିଆ ପୁଅ) : ବୁଧବାରଦିନ ଗୌହାଟୀ ନିକଟରେ ଥିବା ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ପଲଟିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ୨୬ ଲୋକ ନିଖୋଜ ଅଛନ୍ତି। ପୁଲିସ ସୂତ୍ର ମୁତାବକ, ଡଙ୍ଗାରେ କିଛି ଛାତ୍ର ମଧ୍ୟ ଯାତ୍ରା କରୁଥିଲେ। ଡଙ୍ଗା ଅଚାନକ ଏକ ନିର୍ମାଣାଧୀନ ପୋଲର ଖମ୍ବରେ ଧକ୍କା ଖାଇବାରୁ ପଲଟି ଯାଇଥିଲା, ଯାହା କାରଣରୁ ଡଙ୍ଗାଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ନିଖୋଜ ଲୋକମାନଙ୍କ ପାଇଁ ସର୍ଚ୍ଚ ଅପରେଶନ ଜାରି ଅଛି।

କୁହାଯାଉଛିଯେ, ଡଙ୍ଗାରେ ଯାତ୍ରା କରୁଥିବା କିଛି ଯାତ୍ରୀ ନଦୀ ପାର ହୋଇ କୂଳକୁ ଆସିଯାଇଛନ୍ତି। ସୂତ୍ର ମୁତାବକ, ଡଙ୍ଗାରେ ୪୦ ଜଣ ଲୋକ ଯାତ୍ରା କରୁଥିଲେ। ଷ୍ଟେଟ ଡିଜେଷ୍ଟର ରେସ୍ପନ୍ସ ଟିମ ମୌକାରେ ନିଯୁକ୍ତ ଅଛି ଏବଂ ଉଦ୍ଧାର କାର୍ଯ୍ୟ ଜାରୀ ଅଛି। ଉଦ୍ଧାରକାରୀ ଦଳ ଦୁଇଜଣଙ୍କର ଶବ ପାଇଛନ୍ତି।

Leave a Reply

Your email address will not be published. Required fields are marked *