ଗୋ ମାଂସ ଚାଲାଣ ହେଉଥିବା ଅଭିଯୋଗରେ ଟ୍ରକ ପୋଡିଦେଲେ

ବ୍ରହ୍ମପୁର : ୨୩/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗୋ ମାଂସ ଚାଲାଣ କରାଯାଉଥିବା ଅଭିଯୋଗରେ ଆଜି ବ୍ରହ୍ମପୁର ନିକଟ ରଣ୍ଢା ଗ୍ରାମ ଠାରୁ କିଛି ଦୂରରେ ଏକ ମାଲବାହୀ ଟ୍ରକକୁ ସ୍ଥାନୀୟ ଉତ୍ତେଜିତ ଲୋକ ନିଆଁ ଲଗାଇ ପୋଡି ଦେଇଛନ୍ତି। ଗତ ରାତିରେ ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏହି ଟ୍ରକଟି ଏକ ପୋଲ ନିକଟରେ ଓଲଟି ପଡ଼ିଥିଲା। ଆଜି ସେହି ଗାଡି ନିକଟକୁ ଲୋକମାନେ ଯାଇ ଦେଖିବା ବେଳେ ସେଥିରେ ରକ୍ତ ଭିଜା ମାଂସ ଚାଲାଣ ହେଉଥିବା ଜାଣିପାରିଥିଲେ। ତାହା ଗୋ ମାଂସ ବୋଲି ପ୍ରଚାର ହେବ ମାତ୍ରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ପହଞ୍ଚି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପୋଲିସ ଓ ଦମକଳ ବାହିନୀ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *