ଗୋସ୍ୱାମୀ ମହାରାଜଙ୍କ ବିରହ ମହୋତ୍ସବ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭାରତୀୟ ସାଧୁ ସନ୍ଥ ନିଜ ଜୀବନ ସମର୍ପିତରେ ସମାଜରେ ବହୁ ସଂସ୍କାର ଆଣିଛନ୍ତି। ଏହାର ଦୃଷ୍ଟାନ୍ତ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ଭାରତ ବିଶ୍ୱଗୁରୁ ଖୁବ ନିକଟରେ ହେବାକୁ ଯାଉଛି ବୋଲି ଭଦ୍ରକ ଶ୍ରୀ ଚୈତନ୍ୟ ଆଶ୍ରମରେ ଅନୁଷ୍ଠିତ ସାଧୁ ସମ୍ମିଳନୀ ଓ ଆଶ୍ରମର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଭକ୍ତି କୁମୁଦ ସନ୍ତ ଗୋସ୍ୱାମୀ ମହାରାଜଙ୍କର ଷଷ୍ଠ ବାର୍ଷିକ ବିରହ ମହୋତ୍ସବରେ ଯୋଗଦାନ କରି ସାଧୁସନ୍ଥ ମତବ୍ୟକ୍ତ କରିଛନ୍ତି। ଆଶ୍ରମର ପରିଚାଳକ ଶ୍ରୀପାଦ ଦେବବ୍ରତ ଦାସ ବ୍ରହ୍ମଚାରୀଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଓଡିଶାରୁ ବହୁ ସାଧୁ ସନ୍ଥ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଭକ୍ତି ରକ୍ଷକ ତ୍ରୀବିକ୍ରମ ମହାରାଜ, ଭକ୍ତି ବୈଭବ ବୈଷ୍ଣବ ମହାରାଜ, ଭକ୍ତି ବିଳାଶ ପର୍ଯ୍ୟଟକ ମହାରାଜ, ଯଶୋଦା ନନ୍ଦନ ବାବାଜୀ ମହାରାଜ, ଭକ୍ତି ପ୍ରକାଶ ମୁନି ମହାରାଜ ସମେତ ବହୁ ସାଧୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସାଧୁ ସମ୍ମିଳନୀ, ଗୋପୂଜନ, ନାମ ସଂକୀର୍ତନ ଆଦି ଅନୁଷ୍ଠିତ ହୋଇଯାଇଛି। ଶେଷରେ ଆଶ୍ରମର ମୁଖ୍ୟ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *