ଜିଲ୍ଲା ପରିକ୍ରମା

ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବୁଲ୍ବୁଲ୍’ ଉଦ୍ଘାଟିତ

ଭଦ୍ରକ, ୧୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବୁଲ୍ବୁଲ୍’କୁ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ‘ଦିଶା’ ସଂଗଠନର ଇଂଲିଶ ମିଡିୟମ ସ୍କୁଲର କୁନି କୁନି ପିଲାମାନଙ୍କର ମନୋରଞ୍ଜନ କାର୍ଯ୍ୟ୍ରକମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମକୁ ସଫିକ୍ ଭାଇ ପରିଚାଳନା କରିଥିଲେ। ପ୍ରାରମ୍ଭରେ ମାନ୍ୟବର ମନ୍ତ୍ରୀ ମହୋଦୟ ଜିଲ୍ଳାର ଗୋଷ୍ଠୀ ବେତାର ଯନ୍ତ୍ରଟିକୁ ଖୋଲି କାର୍ଯ୍ୟ୍ରକମ ଉଦ୍ଘାଟନ କରିଥିଲେ। ‘ରେଡିଓ ବୁଲ୍ବୁଲ୍’ର ପ୍ରତିଷ୍ଠାତା ସେକ ମହମ୍ମଦ ନିୟାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷା ନିରୁପମା ମହାନ୍ତି ରେଡିଓ ବୁଲ୍ବୁଲ୍ରୁ ପ୍ରସାରିତ ହେବାକୁ ଥିବା କାର୍ଯର୍୍ୟକ୍ରମ ସଂପର୍କୀତ ସୂଚନା ପ୍ରଦାନ କରିଥିଲେ। ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ନମସ୍କାର’ର ପ୍ରତିଷ୍ଠାତା ଏନ୍.ଏ.ସାହା ଆନ୍ସାରୀ ଗୋଷ୍ଠୀ ବେତାର କେନ୍ଦ୍ରର ପୃଷ୍ଠଭୂମି, ଏହାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ନୂଆପଡା ଜିଲ୍ଳାରୁ ଆସିଥିବା “ସ୍ୱୟଂଶକ୍ତି” ଗୋଷ୍ଠୀ ବେତାର କେନ୍ଦ୍ରର ପ୍ରତିଷ୍ଠାତା ବିଶ୍ୱଜିତ୍ ପାଢୀ ଏହାର ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇ ଭାଷା, ଧ୍ୱନୀ ଓ ରେଡିଓ ମାଧ୍ୟମରେ ବିକାଶ ଧାରାକୁ ଆଗେଇ ନିଆ ଯାଇପାରେ ବୋଲି କହିଥିଲେ। ଝାଡଖଣ୍ଡ ରାଜ୍ୟରୁ ଆସିଥିବା ରେଡଇସ ଜାଗୃତିର ପ୍ରତିଷ୍ଠାତା ରାଜେଶ ବର୍ମା ଗୋଷ୍ଠୀ ବେତାର କେନ୍ଦ ସଂପର୍କ ଯୋଡିବାର ଏକ ମାଧ୍ୟମ ବୋଲି କହିଥିଲେ। ଆକ୍ସନ-ଏଡ୍ର ପ୍ରାନ୍ତୀୟ ପରିଚାଳକ ଦେବବ୍ରତ ପାତ୍ର ତାଙ୍କ ଭାଷଣ ମାଧ୍ୟମରେ ନିଜ ଅଞ୍ଚଳରେ ଶାନ୍ତି ଓ ସଂହତି ରକ୍ଷା କରିବା ତଥା ଜନ ସଚେତନତା ବୃଦ୍ଧି କରିବା, ଦକ୍ଷତା ବୃଦ୍ଧି କରିବା ଦିଗରେ ଏହା ଏକ ଦୃଢ ପଦକ୍ଷେପ ବୋଲି କହିଥିଲେ। ଦିଶା ସଂଗଠନର ଅଧ୍ୟକ୍ଷ ନବୀନ ଗୁପ୍ତା, ଦିଲ୍ଳୀରୁ ଆସିଥିବା ‘ସେମ୍କା’ ସଂଗଠନରୁ ସଂଯୋଗୀତା ମିଶ୍ର ପ୍ରମୁଖ ରେଡିଓର ଉପକାରିତା ବିଷୟରେ କହିଥିଲେ। ମନ୍ତ୍ରୀ ଶ୍ରୀ ସାମଲ ତାଙ୍କ ଭାଷଣରେ ବର୍ତ୍ତମାନ ୨୦୦ରୁ ଉର୍ଦ୍ଧ୍ୱ ଗୋଷ୍ଠୀ ବେତାର କେନ୍ଦ୍ର କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ବେଳେ ଆଗାମୀ ଦିନରେ ରାଜ୍ୟର ୩୧୪ଟି ବ୍ଳକରେ ଏହି ରେଡିଓ କେନ୍ଦ୍ର ସ୍ଥାପନ କରାଯିବାକୁ ଯୋଜନା ରହିଛି ବୋଲି କହିଥିଲେ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଆଇନ ସେବା କ୍ଷେତ୍ରରେ ୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଗଲା। କୃଷି, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟଧାରାର ପ୍ରଚାର ପ୍ରସାର ପାଇଁ ରେଡିଓ ବୁଲ୍ବୁଲ୍ ବେଶ ସହାୟକ ହେବ ବୋଲି କହିଥିଲେ। ଭଦ୍ରକର ଏହି ବେତାର କେନ୍ଦ୍ର ଜନତାଙ୍କ ଦ୍ୱାରା ବେଶ୍ ଆଦୃତ ହେବା ସହିତ ସେ ଏହାର ସଫଳତା କାମନା କରିବା ସହିତ ଏହାର ପ୍ରତିଷ୍ଠାତା ଧନ୍ୟବାଦର ପାତ୍ର ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଦିଶାର କର୍ମକର୍ତ୍ତା ବସନ୍ତ ବେହେରା, ମନିଷ ରାଠୋର, ରାକେଶ ଗୁପ୍ତା, ଜୀବନ ଗୁପ୍ତା ପ୍ରମୁଖ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ଅଧ୍ୟାକ୍ଷା ନିରୁପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top