ଗୋଷ୍ଠି ସଂଘର୍ଷ ରେ :୧୨ଜଣ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର, ୦୫/୧୨:(ଓଡିଆ ପୁଅ/ସୁଦାମ ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍.ଏ.ସି ସ୍ଥିତ ଅମୁଣିଆସାହିର ଏକ ଅସାମାଜିକ ଗୋଷ୍ଠି ଓ କୁମାରୀ ଗ୍ରାମ ବାସୀଙ୍କ ମଧ୍ୟରେ ଶନିବାର ଅପରାହ୍ନ ରେ ସଂଘର୍ଷ ଘଟିଥିଲା।ଏହି ଘଟଣା ରେ ପୁଲିସ୍ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ, ଏହି ଅସାମାଜିକ ଗୋଷ୍ଠି ହିରୋ ସୋ ରୁମ୍ ମାଲିକ କୁମାରୀ ଗ୍ରାମର ପ୍ରଦୀପ କୁମାର ସାମନ୍ତରା କାଚ (ସୋ ରୁମ୍) ଭାଙ୍ଗିବା ଓ ହତ୍ୟା ଧମକ ଦେବା ଅଭିଯୋଗ କରି ଥାନାରେ ଏତେଲା ଦେଇଥିଲେ।।ଏହି ଅଭିଯୋଗ ରେ ପୁଲିସ୍ ଥାନା କେସ ନଂ ୨୧୮ ରେ ୧୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛୁ।ଅଭିଯୁକ୍ତ ମାନେ ହେଲେ ନକ୍ଷିଆ ସାହୁ, ସତ୍ୟାବାନ ଗୌଡ, ନିଲୁ ଗୌଡ, କବିରାଜ ଜେନା, ବାସୁଦେବ ଗୌଡ, କାଳିଆ ଗୌଡ, ଟୁନା ଗୌଡ, ସନ୍ତୋଷ ଗୌଡ, ଟୁକୁନା ଗୌଡ, କେଶବ ବେହେରା, ସନ୍ୟାସୀ ଦଳେଇ, ଭଗବାନ ସାହୁ।ଏମାନଙ୍କୁ ଠାରୁ ୨ଟିଖଣ୍ଡା, ୨ଟିକାତି, ୧୦ଟିଠେଙ୍ଗା ଜବତ୍ କରିଥିବା ଥାନା ଅଧିକାରୀ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।ଉପଖଣ୍ଡ ସ୍ତରୀୟ ପୁଲିସ୍ ଅଧିକାରୀ ଦିଲ୍ଲୀପ କୁମାର ଦାଶ ଆଇନ୍ ଶୃଙ୍ଖଳା ଦୃଷ୍ଟିରେ ରଖି ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି।କୁମାରୀ ଗ୍ରାମର ବାସିନ୍ଦା ଙ୍କୁ ଅଭିଯୋଗ ଅନୁସାରେ ଅନ୍ୟ ଏକ କେସ ନଂ୨୧୯ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *