ଗୋଷାଣୀରେ ବ୍ଳକ ସ୍ତରୀୟ ମୋ ସ୍କୁଲ ଅଭିଯାନ

ପାରଳାଖେମୁଣ୍ଡି, ୨୭ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର)- ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ବ୍ଳକ ସ୍ତରୀୟ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷାଣୀ ବ୍ଳକ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁ ଯୋଗଦେଇ ଏହି ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଯୋଜନାରେ ମୁଖ୍ୟତଃ ସ୍କୁଲର ପୁରାତନ ଛାତ୍ର/ଛାତ୍ରୀମାନଙ୍କ ଠାରୁ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ପାଇଁ ସହଯୋଗ କାମନା କରାଯାଇଥାଏ। ଏହି ପୁରାତନ ଛାତ୍ର/ଛାତ୍ରୀମାନେ ବିଦ୍ୟାଳୟର ସାମଗି୍ରକ ଉନ୍ନତିକରଣ ପାଇଁ ଅର୍ଥ, ଶ୍ରମ ଓ ସମୟ ସବୁ କ୍ଷେତ୍ରରେ ସହଯୋଗ କରି ବିଦ୍ୟାଳୟର ଉନ୍ନତିରେ ନିଜକୁ ସାମିଲ କରିବେ। ଅନ୍ୟପକ୍ଷରେ ଏହି ମୋ ସ୍କୁଲ ଅଭିଯାନ କିପରି ସଫଳ ହୋଇପାରିବ ସେବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଏମ. ଖଗେଶ୍ୱର ରାଓ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *