ଓଡ଼ିଶା

ଗୋଳାବାରୁଦ କାରଖାନା ନିଯୁକ୍ତି ପରୀକ୍ଷା ଫଳକୁ ନେଇ ବିସ୍ଥାପିତ ପରିବାରର ଅସନ୍ତୋଷ

ବଲାଙ୍ଗୀର ୨୧-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ୧୯୮୪ ମସିହାରେ ପ୍ରାୟ ୨ହଜାର ପରିବାରଙ୍କୁ ବିସ୍ଥାପିତ କରାଯାଇ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶୃତି ଦେଇଥିଲେ। କାରଖାନା ପ୍ରତିଷ୍ଟ ହେବାର ୩୪ବର୍ଷ ପରେ ମଧ୍ୟ୍ୟ ବିସ୍ଥାପିତ ତଥା ସ୍ଥାନୀୟ ବାସିନ୍ଦାକୁ ନିଯୁକ୍ତିରୁ ବଂଚିତ କରାଯାଇଛି। କେନ୍ଦ୍ର ସରକାରଙ୍କ ୨୦୧୭ରେ ଦେଶର ବିଭିନ୍ନ ଗୋଳାବାରୁଦ କାରଖାନାରେ ୭୪ ପ୍ରକାର ପଦବୀ ଗୁଡିକ ପାଇଁ ନୂତନ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇ ଲିଖିତ ପରୀକ୍ଷା ହୋଇଥିଲେ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯାଇ ନଥିଲା। କିଛିଦିନ ତଳେ ପରିକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏଥିରେ ୩୭୧୮ ଜଣ ପରୀକ୍ଷାର୍ଥୀ ପାସ ହୋଇଥିବା ଜଣାପଡ଼ିଥିବାବେଳେ ଅନ୍ୟପଟେ ଦୀର୍ଘଦିନରୁ ଚାଲିଆସୁଥିବା ଜନଆନ୍ଦୋଳନ ସତ୍ତ୍ୱେ ମଧ୍ୟ ଗୋଳାବାରୁଦ କାରଖାନା ବଡ଼ମାଳର ବିସ୍ଥାପିତ ପରିବାରକୁ ଅଣଦେଖା କରାଯାଇଛି। ବିଭିନ୍ନ ସମୟରେ ବିସ୍ଥାପିତ କମିଟି ଅନେକଥର ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ରାଜନୀତିଦଳର ମୁଖ୍ୟ ମାନଙ୍କୁ ଗୁହାରି କରିଛନ୍ତି। ସ୍ଥାନୀୟ ବିଧାୟିକା ଟୁକୁନି ସାହୁରୁ ଆରମ୍ଭ କରିକି ଭାରତୀୟ ଜନତା ପରଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହ ମଧ୍ୟ୍ୟ ବାଦପଡି ନାହାନ୍ତି। ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି। ଗୋଳାବାରୁଦ କାରଖାନା ମହାପ୍ରବନ୍ଧକ ଗୋବିନ୍ଦ ମୋହନ, ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ଜିଲ୍ଲା ପ୍ରଶାସନ ମଧ୍ୟ ହସ୍ତକ୍ଷେପ କରିଥିଲେ ସତ୍ତ୍ୱେ ଫଳାଫଳ ଶୂନ ହୋଇଥିଲା। ସୂଚନା ଯୋଗ୍ୟଯେ ବିଭିନ୍ନ ରାଜନୀତିକ ଦଳର ମୁଖିଆମାନେ ବେସରକାରୀ କାମ ଯଥା ପ୍ରାଇଭେଟ ସିକୁରିଟି, ଇଲେକଟ୍ରିସିଆଁନ ହେଲପର ଇତ୍ୟାଦି ପାଦ ଗୁଡିକୁ ରାଜନୀତି ଚାପ ପକାଇ ବିସ୍ଥାପିତ ଅଞ୍ଚଳରେ ଯୁବକ ଯୁବତୀମାନଙ୍କୁ ହଇରାଣ କରିଛନ୍ତି। ଫଳରେ ବିସ୍ଥାପିତ ଅଞ୍ଚଳରେ ରାଜନୀତି ଦଳ ଉଦ୍ଦେଶ୍ୟରେ ଉତ୍ତେଜନା ଦେଖାଦେବା ସହିତ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘର ଯୁଗ୍ମ ସଚିବ ରବୀନ୍ଦ୍ର ମିଶ୍ର ଦେଇଥିବା ବୟାନକୁ ନେଇକି ଅସନ୍ତୋଷ ପ୍ରକାଶ କରିଛନ୍ତି। ତଥା ଆଗାମୀ ୨୦୧୯ ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ବର୍ଜନ କରିବାପାଇଁ ନିଷ୍ପତି ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top