ଓଡ଼ିଶା

ଗୋଳାବାରୁଦ କାରଖାନା, ଅଫିସରଙ୍କ ଦୁର୍ନୀତି ଚରମ ସୀମାରେ

ଟିଟିଲାଗଡ଼ ୨୨-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ଦୁର୍ନୀତି ଚରମ ସୀମାରେ ପହଂଚିଥିବା ସତ୍ୱେ କେନ୍ଦ୍ରସରକାର କୌଣସି ପ୍ରକାରର ପଦକ୍ଷେପ ନ ନେଉଥିବାରୁ ଏହି ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ଦୁର୍ନୀତି ଗ୍ରସ୍ତ ଅଫିସର ବିନା ଭୟରେ କୋଟି,କୋଟି ଟଙ୍କା କ୍ୟାଶ ପରଚେଜ ଓ ଏଲ.ପି.ସି ପରଚେଜ କରି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ଟ୍ୟାକ୍ସ ଓ ଭ୍ୟାଟ ଟ୍ୟାକ୍ସ, ତଥା ଜି.ଏସ.ଟି ଆଦିରେ ଲକ୍ଷ ଲକ୍ଷ ଟଙ୍କା ହରାଇ ଆସୁଛନ୍ତି। ଏହି ଦୁର୍ନୀତି ଗ୍ରସ୍ତ ଅଫିସରମାନେ ରାୟପୁର ଛତିଶଗଡ଼ ଏବଂ କଲିକତାରୁ କମ ମୂଲ୍ୟରେ ଆଣି ଅତ୍ୟଧିକ ଚଢ଼ାଦରରେ ନିଜ ପରିଚିତ ଆତ୍ମୀୟ ବନ୍ଧୁମାନଙ୍କଠାରୁ ଏ ସବୁ ସାମଗ୍ରୀ ଯୋଗାଇଥାନ୍ତି। ଯ ଦ୍ୱାରା ଓଡିଶା ସରକାରଙ୍କ ସମସ୍ତ ଟିକସ ଟଙ୍କା କ୍ଷତି ହୋଇଥାଏ ଓ ଅଫିସରମାନେ ମାଲାମାଲ ହୋଇ ଆସୁଛନ୍ତି। ଏଠାରେ ଲେବର ୱର୍କ୍ସ ମଧ୍ୟ କ୍ୟାସ ପରଚେସ ଓ ଏଲ.ପି.ସି ପରଚେସ ଅର୍ଡରରେ ବିଭିନ୍ନ କାମ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ କରାଯାଉଥିବା ଉଚ୍ଚ ଅଧିକାରୀ ଜାଣି ବି ନିରବଦ୍ରଷ୍ଟା। ଶ୍ରମିକଙ୍କ ଜାଲି ନାମ ଜାଲି କାଗଜପତ୍ର କରି ଚାଲିଛନ୍ତି। ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ, ଏହି କ୍ୟାସ ପରଚେଜ ଅତ୍ୟନ୍ତ ଜରୁରୀ କାଳୀନ ସ୍ଥିତିରେ କରାଯିବl ଉଚିତ। ଏହି ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ ନେଇ ସି.ବି.ଆଇ, ଓ ସି.ଏ.ଜି ତଦନ୍ତ ଆବଶ୍ୟକ। ବିଗତ ଦିନରେ ଗୋଳାବାରୁଦ କାରଖାନାରେ ଦୁଇ ଶହ କେଜିର ପିତଳ ଷ୍ଟ୍ରିପ ଓ ଚାରି କୁଇଣ୍ଟାଲ ତମ୍ବା ଷ୍ଟ୍ରିପ ତ୍ରିସ୍ତରୀୟ ସୁରକ୍ଷା ବଳୟରୁ କାଠ ବାକ୍ସ ଗୁଡିକରେ ଡେଞ୍ଜର ବିଲଡିଂ ନଂ ୨ଶହ ବାରରୁ ଚୋରି ହେବା ସଇଁତଳା ଥାନା କେଶ ନଂ ଏକ ଚାଲିଶ ଅନୁଯାଇ ରୁଜୁ ହୋଇଛି। ହେଲେ ଆଜି ସୁଦ୍ଧା ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଗୋଳାବାରୁଦ କାରଖାନାର ଜଣେ ବଣିଆ ଉଚ୍ଚ ଅଧିକାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି l ସେହିପରି ଦୁଇ ହଜାର ପନ୍ଦର ଏପ୍ରିଲ ତିରିଶ ତାରିଖରେ ଭୟାବହ ଅଗ୍ନିକାଣ୍ଡ ଓ ଏପ୍ରିଲ ପଚିଶ ତାରିଖ ଦୁଇ ହଜାର ଷୋହଳରେ ୟୁନିଟ ପନ୍ଦର ସ୍ଥିତ ଋଷିଆରୁ ଆସିଥିବା କେମିକାଲ ଗୋଦାମରେ ନିଆଁ ଲାଗି ପ୍ରତିରକ୍ଷା ବିଭାଗର କୋଟି କୋଟି ଟଙ୍କା କ୍ଷତି ହୋଇଥିଲେ ମଧ୍ୟ ଏଠାକାର କୌଣସି ଉଚ୍ଚ ଅଧିକାରୀଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଅବା ତଦନ୍ତ ହୋଇନି। ଏ ନେଇ ଚର୍ଚ୍ଚା ହେଉଛି। ଏଥିପ୍ରତି ପ୍ରତିରକ୍ଷା ବିଭାଗ, ମନ୍ତ୍ରୀ ଓ ଗୃହମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top