Home ଖୋର୍ଦ୍ଧା ଗୋଳବାଇ ଶାସନରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଗୋଳବାଇ ଶାସନରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

174

ଖୋର୍ଦ୍ଧା;ଅଗଷ୍ଟ,୧୫:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅଞ୍ଚଳରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ପାଣିପାଗ ଦୃଷ୍ଟିକୋଣରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିର୍ଣ୍ଣ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପରିକ୍ରମା,ପଥ ସଞ୍ଚଳନ କରି ପାରିନଥିଲେ।ଗୋଳବାଇ ସ୍ଥିତ ଭଗବତୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ମହାରଣାଙ୍କ ତତ୍ୱାବଧାନରେ ଅବସର ପ୍ରାପ୍ତ ବୈଜ୍ଞାନିକ ଗୌର ଚରଣ ତୋଷ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିପିନ କୁମାର ସେଠୀ ଏବଂ ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ହୋଇଥିଲା।ପତାକା ଉତ୍ତୋଲନ ସମୟରେ ସମିତି ସଭ୍ୟା ଏବଂ ନାଏବ ସରପଞ୍ଚ ଅନୁପସ୍ଥିତ ଥିଲେ।ସ୍ଥାନୀୟ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ଡାକ୍ତର ଶାନ୍ତିଲତା ବେହେରା ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।ଏହା ସମେତ ଗୋଳବାଇ ଅଞ୍ଚଳରେ ଥିବା ବିଭିର୍ଣ୍ଣ ପ୍ରାଥମିକ ବିଦ୍ୟାଳୟ,ଆୟୁର୍ବେଦିକ ଡାକ୍ତରଖାନା,ବିଭିର୍ଣ୍ଣ ବେସରକାରୀ ବିଦ୍ୟାଳୟ ତଥା ବିଭିର୍ଣ୍ଣ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.