ଗୋଳବାଇରେ ବଣୁଆ ହାତୀ

ଖୋର୍ଦ୍ଧା, ୧୦-୧୨,(ଦେବଦତ୍ତ ରଥ):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇ, କାଳିବତୀ, ମୋଟା ଅଞ୍ଚଳକୁ ପଲେ ବଣୁଆ ହାତୀ ଚାଲି ଆସିଛନ୍ତି।ପ୍ରାୟ ୧୦/୧୨ଟି ହାତୀ ଚନ୍ଦକା ଜଙ୍ଗଲରୁ କିଛି ଦିନ ହେଲା ଆସି ଏଠାରେ ରହି ଯାଇଛନ୍ତି।ବନ୍ୟ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ବାରମ୍ବାର ସେମାନଙ୍କୁ ଘଉଡେଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି।ଅଦିନିଆ ବର୍ଷା ପରେ ବର୍ଷା, ଫସଲରେ ପୋକ ପରେ ପୁଣି ହାତୀ ଉପଦ୍ରବରେ ସ୍ଥାନୀୟ ଚାଷୀ ଭୟଭୀତ ହୋଇ ପଡିଛନ୍ତି।ସୂଚନା ଯୋଗ୍ୟ ଯେ ଏବେ କିଛି ଦିନ ତଳେ ସ୍ଥାନୀୟ ନିରାକାରପୁର ନିକଟସ୍ଥ ଖଜୁରୀପଡ଼ା ଜଙ୍ଗଲରୁ ଏକ ମୃତ ହାତୀର ଶରୀର ମିଳିଥିଲା।

Leave a Reply

Your email address will not be published. Required fields are marked *