ଓଡ଼ିଶା

ଗୋରୁ ହାଡ ମିଶୁଥିବାରୁ ଚିନିକୁ ବିରୋଧ- ଜଗନ୍ନାଥ ସେନାର ଆନ୍ଦୋଳନ

ପୁରୀ ୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ଓ ଧର୍ମାନୁଷ୍ଠାନକୁ ଯାଉଥିବା ଚିନିରେ ଗୋରୁହାଡ ମିଶାଯାଉଛି। ଚିନିକୁ ଅଧିକ ଧଳା ଦେଖାଯିବା ପାଇଁ କମ୍ପାନୀ ମାନେ ଗୋରୁହାଡ ଗୁଣ୍ଡ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା। ଏନେଇ ପରୀକ୍ଷାଗାର ରିପୋର୍ଟ ମଧ୍ୟ ପ୍ରଦର୍ଶନ କରିଛି ସେନା। ଗତକାଲି ପୂର୍ବାହ୍ନରେ ଶ୍ରୀମନ୍ଦିରକୁ ଏହି ଚିନି ଯୋଗାଣ ବନ୍ଦ ଦାବିରେ ଆନ୍ଦୋଳନ କରିଛି ଶ୍ରୀଜଗନ୍ନାଥ ସେନା। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସଦସ୍ୟମାନେ ସିଂହଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାଡାବାଜି କରିଥିଲେ। ବିଭିନ୍ନ ପ୍ଲା କାର୍ଡ ଧରି ସ୍ଲୋଗାନ ଦେବା ସହ ସେନାର ସଦସ୍ୟମାନେ ଶ୍ରୀମନ୍ଦିରରେ ଚିନି ଯୋଗାଣ ବନ୍ଦ କରିବାକୁ ଦାବି କରିଥିଲେ। ସେନା ଏହି ଅଭିଯୋଗ କରିଛନ୍ତି ଯେ ଚିନିକଳ ରିଫାଇନାରୀ ମାନଙ୍କରେ ଗୋରୁହାଡକୁ ମିଶାଯାଇ ସଫା ଚିନି ପ୍ରସ୍ତୁତ କରାଯାଉଛି। ତେଣୁ ଶ୍ରୀମନ୍ଦିର ଧର୍ମାନୁଷ୍ଠାନମାନଙ୍କରେ ଗୋରୁହାଡ ମିଶା ଚିନି ବ୍ୟବହାର କରାନଯାଉ। ଶୁଦ୍ଧ ଚିନି ଓ ଗୁଡ ବ୍ୟବହାର କରାଯାଉ। ନଚେତ୍ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ଆଇନର ଆଶ୍ରୟ ନିଆଯିବ ବୋଲି ସେନାର କର୍ମକର୍ତ୍ତା ଚେତାବନୀ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top