ଓଡ଼ିଶା

ଗୋରୁ ବୋଝେଇ ଟ୍ରକ୍ ଜବତ : ୩ ଗିରଫ

ସମ୍ବଲପୁର, ୭/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ଆଜି ସକାଳେ ଧମା ଥାନା ଅନ୍ତର୍ଗତ ହାଟପଦା ଛକରେ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରାଯାଇଛି। ୩୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ଗୋରୁ ବୋଝେଇ ଟ୍ରକ୍ ବୋଲି ଜାଣିପାରି ଧମା ପୋଲିସ ଓଡ଼ି-୦୫ଏଏଚ-୩୨୦୮ ନମ୍ବର ବିଶିଷ୍ଟ ଟ୍ରକ୍କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୦/୧୫ ନୁହେଁ ୩୦ଟି ଗୋରୁ ଲଦା ଯାଇଥିବାର ଦେଖିବାକୁ ମିଳିଥିଲା। ଗୋରୁ ସୋନପୁର ଜିଲ୍ଲା ବିନିକା ଅଞ୍ଚଳରୁ ଢ଼େଙ୍କାନାଳ ଜିଲ୍ଲା ଭୁବନକୁ ନିଆଯାଉଥିବା ଏବଂ ସେମାନଙ୍କୁ ଚାଷ କାମରେ ନିୟୋଜିତ କରାଯିବ ବୋଲି ପଚରାଉଚରା ସମୟରେ ଗାଡ଼ିରେ ଥିବା ୩ ଜଣ ଉତ୍ତର ଦେଇଥିଲେ ମଧ୍ୟ ସେମାନଙ୍କ କଥାବାର୍ତ୍ତା ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top