ଓଡ଼ିଶା

ଗୋରୁଚାଲାଣ ବେଳେ ଜଣକର ମୃତ୍ୟୁ

ବାରିପଦା ୧୧-୯ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଟାଟା ଏସିରେ ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ସମୟରେ ରୋଡ଼ ବ୍ଲକବାରରେ ଧକ୍କା ହୋଇ ହେଲ୍ପରର ଗଲା ଜୀବନ। ସୂଚନା ଅନୁଯାୟୀ ବାରିପଦା ସଦର ଶାଗୁଣାବସା କେନାଲ ନିକଟରେ ଟାଟା ଏସି ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ସମୟରେ ଏକ ରୋଡ଼ବ୍ଲକ ବାରରେ ଧକ୍କା ଦେବା ଫଳରେ ହେଲ୍ପର ମୁଣ୍ଡରେ ଆଘାତ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ହେଲ୍ପର ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗଳ ଗ୍ରାମର ସୁରୁଜୁ ବେହେରା। ତେବେ ଘଟଣା ସ୍ଥଳରୁ ଗାଡି ଫେରାର ହୋଇଥିଲା। ଗ୍ରାମବାସୀଙ୍କ ଦ୍ଵାରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top