ଗୋମାଂସ ଓ ଚମଡା ବୋଝେଇ ଟ୍ରଲି ପୁଲିସ୍ ଦ୍ୱାରା ଜବତ, ରାସ୍ତାରୋକ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସହରସ୍ଥିତ ଚରମ୍ପା କେନାଲବନ୍ଧ ରୋଡ୍ରେ ଗୋ ମାଂସ ଓ ଚମଡା ବୋଝେଇ ଏକ ଟ୍ରଲିକୁ ପୁଲିସ୍ ଜବତ କରିଛି। ତେବେ ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଏହି କେନାଲ ରୋଡ୍ରେ ଉକ୍ତ ଟ୍ରଲିଟି ଯାଉଥିବା ସମୟରେ ସନ୍ଦେହ କରି ସ୍ଥାନୀୟ ଲୋକେ ତାକୁ ଅଟକ ରଖିଥିଲେ। ପରେ ଯାଞ୍ଚ ସମୟରେ ବସ୍ତା ମଧ୍ୟରେ ଗୋ ମାଂସ ଓ ଚମଡା ଥିବାର ଜଣାପଡିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୧୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ଓ ଗଛପକାଇ ତାହାକୁ ଦୀର୍ଘସମୟ ଅବରୋଧ କରିଥିଲେ। ଏହାର ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଫୋର୍ସ ସହ ସେଠାରେ ପହଞ୍ଚି ଟ୍ରଲିଟିକୁ ଜବତ କରିବା ସହ ଚାଳକକୁ ଥାନାକୁ ନେଇଯିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

Leave a Reply

Your email address will not be published. Required fields are marked *