ଗୋବିନ୍ଦ ଦାସଶର୍ମାଙ୍କ ୧୧୭ତମ ଜୟନ୍ତି ପାଳନ

ପାରଳାଖେମୁଣ୍ଡି,୮ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଂଗିତ ସଂସଦ ପକ୍ଷରୁ ପଣ୍ଡିତ ଗୋବିନ୍ଦ ଦାସଶର୍ମାଙ୍କ ୧୧୭ତମ ଜୟନ୍ତି ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଥମେ ତାଙ୍କର ସ୍ମୃତିଚାରଣ କରାଯିବା ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ରରେ ଶିକ୍ଷାବିତ ଜଗନ୍ନାଥ ମିଶ୍ର, ରବିନାରାୟଣ ପାଢୀ ଯୋଗ ଦେଇ ପଣ୍ଡିତ ଶର୍ମାଙ୍କର ସଂସ୍କୃତ ଭାଷା ଉପରେ ରହିଥିବା ପାଣ୍ଡିତ୍ୟ ଉପରେ ଆଲୋଚନା କରିଥିଲେ । ସେ ଗଜପତି ଜିଲାର ଏକ ସୁଯୋଗ୍ୟ ସନ୍ତାନ ବୋଲି ବିଭିନ୍ନ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କର ୨ପୁତ୍ର ଜଗଦୀଶ ପ୍ରସାଦ ଦାସ ଓ ମହେଶ ପ୍ରସାଦ ଦାସ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭାଗବତ ପାଢୀ, ବିଚିତ୍ରାନନ୍ଦ ବେବର୍ତ୍ତା, ଡାକ୍ତର ମୁର୍ମୁ ପ୍ରମୁଖ ବୁଦ୍ଧିଜୀବି ଯୋଗ ଦେଇ ପଣ୍ଡିତ ଶର୍ମାଙ୍କ ସ୍ୃୁତି ଚାରଣ କରିବା ସହ ତାଙ୍କର ବିଭିନ୍ନ ସ୍ମୁତିକୁ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *