ଜିଲ୍ଲା ପରିକ୍ରମା

ଗୋବିନ୍ଦପାଲି ଘାଟିରେ ଲୁଟେରାଙ୍କ ଆତଙ୍କ,ଯୁବକକୁ ମରାଣାନ୍ତକ ଆକ୍ରମଣ,ବୁଲେଟ,ସୁନାଚେନ ଲୁଟ

ମାଲକାନଗିରି,୨୩ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ପ୍ରବେସଦ୍ୱାରା ଗୋବିନ୍ଦପାଲି ଘାଟିରେ ଲୁଟେରା ମାନଙ୍କ ଆତଙ୍କ ଦେଖାଦେଇଛି । ଜଣେ କଲେଜ ପୁଢୁଆ ଛାତ୍ରଙ୍କୁ ମରାଣାନ୍ତକ ଆକ୍ରମଣକରି ତାଙ୍କଠାରୁ ସୁନାଚେନ,ଟଙ୍କା ଓ ବୁଲେଟ ଗାଡି ଲୁଟିନେଇଥିବାର ଜଣାପଡିଛି । କାଲିମେଳା ଥାନାସ୍ଥ ଏମଭି୯୦ ଗ୍ରାମର ବିଧାନ ସରଦାର ଙ୍କ ପୁଅ କୌଶୁକି ସରଦାର ଏକ ବୁଲେଟ ଗାଡିରେ ଜୟପୁର କୁ ଯାଉଥିବା ବେଳେ ଗୋବିନ୍ଦପାଲି ମନ୍ତ୍ରୀଆମ୍ବ ଘାଟିରେ କିଛି ଦୁର୍ବୁତ ତାଙ୍କ ଗାଡିକୁ ଅଟକାଇ ଥିଲେ ।ସେ ଗାଡି କୁ ନ ଅଟକାଇ ପାଳାଇ ଯାଉଥିବାବେଳେ ଦୁର୍ବୁତ ମାନେ ଏକ ଲୁହାରଡରେ ତାଙ୍କ ମୁହଁକୁ ଆକ୍ରମଣକରିବାରୁ ସେ ତଳେ ପଡିଯାଇଥିଲେ । ଦୁର୍ବୁତ ମାନେ ତାଙ୍କ ଠାରୁ ସୁନାଚେନ, ନିକଟରେ ଥିବା ଟଙ୍କା ଓ ବୁଲେଟ ଗାଡିକୁ ନେଇ ପଳାଇଥିଲେ । ରାସ୍ତାରେ ଜଣେ ଯୁବକ ପଡିଥିବାର ଦେଖି ସେହି ବାଟେ ଯାଉଥିବା କିଛି ଲୋକ ଉଦ୍ଧାର କରି ଯୁବକଙ୍କୁ ଜୟପୁର ଗ୍ଲୋକାଲ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ପରେ ତାଙ୍କ ପରିବାର ସେଠାରେ ପହଁଚି ଥିଲେ ।କୌଶିକ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୁଚନା ଯୋଗ୍ୟ ଯେ ଗତକିଛି ବର୍ଷତଳେ ଗୋବିନ୍ଦପାଲି ଘାଟିରେ ଦୁର୍ବୁତମାନେ ଗାଡି ମଟର ଅଟକାଇ ଲୁଟକରୁଥିଲେ ।ଘାଟିରେ ବିଏସଏଫ କ୍ୟାମ୍ପ ହେବାପରେ ଏହି ଲୁଟ ବନ୍ଦ ହୋଇଯାଇଥିଲା । ପୁଣି ଆରମ୍ଭ ହୋଇଥିବାରୁ ବାଟୋଇ ଓ ସାଧରଣ ଯାତ୍ରୀମାନେ ଭୟ ଓ ଆତଙ୍କିତ ହୋଇପଡିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top