ad
ଓଡ଼ିଶା

ଗୋବର୍ଦ୍ଧନ ପୀଠ ସମ୍ବାଦିକ ସମ୍ମିଳନୀ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିରରେ ପ୍ରଶାସନିକ ସଂସ୍କାର, ଦର୍ଶନ ବ୍ୟବସ୍ଥାରେ ଶୃଙ୍ଗଳା ଶୃଙ୍ଖଳିତ ନୀତି ସମାପନପାଇଁ ବଳିଷ୍ଠ ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି ଗୋବର୍ଦ୍ଧନ ପୀଠାଧୀଶ୍ୱର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଆସନ୍ତା ୧୭ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ମୁଖ୍ୟ ବିଚାରପତି ଓ ରାଜ୍ୟ ସରକାରଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଗଜପତି ଦିବ୍ୟସିଂହ ଦେବ, ପରିଚାଳନା କମିଟି ସଦସ୍ୟ, ସେବାୟତ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଶ୍ରୀମନ୍ଦିରକୁ ନେଇ ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବାବେଳେ ଆସନ୍ତା ୨୨ ତାରିଖରେ ନୂତନ ଆମିକସ୍ କ୍ୟୁରୀ ପୁରୀ ଗସ୍ତରେ ଆସୁଛନ୍ତି। ରାଜ୍ୟର ଶାସନତନ୍ତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଶ୍ରୀମନ୍ଦିରରେ ବାରମ୍ବାର ମହାପ୍ରଭୁଙ୍କ ନୀତି ବିଶୃଙ୍ଖଳା, ବିଭ୍ରାଟସହ ବିଭିନ୍ନ ସମୟରେ ଅପ୍ରିତୀକର ପରିସ୍ଥିତି ଉପୁଜିଛି।ସୁପ୍ରିମ୍କୋର୍ଟରେ ଚାଲିଥିବା ମାମଲା ଦ୍ୱାରା ଯେଭଳି ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ପ୍ରକ୍ରିୟା ଦିଶାହୀନ ନହୁଏ ସେଥିପ୍ରତି ଯତ୍ମବାନ ହେବାକୁ ଜଗଦ୍ଗୁରୁ ଏଭଳି ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ନେଇ ଶଙ୍କରାଚାର୍ଯ୍ୟଙ୍କ ଏଭଳି ଉଦ୍ୟମ ଏକ ନୂଆ ଦିଗଦେବ ବୋଲି ମଠ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top