ad
ଅନୁଗୁଳ

ଗୋବରା ଗ୍ରାମରେ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା

ତାଳଚେର, ୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ବ୍ଲକ ଗୋବରା ଗ୍ରାମର ‘ଭାଗବତ ପ୍ରସାର ସମିତି’ ଆନୁକୂଲ୍ୟରେ ପ୍ରଥମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ସଭାପତି ଶୁକଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବରେ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ ମହାରାଜସମ୍ମାନୀତ ଅତିଥି ଭାବରେ ସ୍ୱାମୀ ହେମନ୍ତ ପୁରୀ, ବ୍ରହ୍ମଚାରୀ ଶିବ ପ୍ରସାଦ, ଗହମ ମଠାଧୀଶ ବାବାଜୀ ମହାରାଜ, ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ, ହେମନ୍ତ କୁମାର ଧର, ତାଳଚେର ନିଖିଳ ଭାଗବତ ଭକ୍ତ ସମ୍ମିଳନୀର ସଭାପତି ରବିନାରାୟଣ ପ୍ରଧାନ, ପି.ଏସ୍.ୟୁ ସଭାପତି ଦେବୀ ମିଶ୍ର, ନାଟ୍ୟକାର ମୁକୁନ୍ଦ ଶତପଥୀ ଓ ଗୋବରା ଭାଗବତ ପ୍ରସାର ସମିତିର ସଭାପତି ନବ କିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ବଡଯୋରଡା, ବଡ ସିଂହଡା, ଜରଡା, ସାନ ଯୋରଡା, ଡେରା, ବ୍ରଜନାଥପୁର, କଙ୍କିଳି, ବଡ ତ୍ରିବିଡା, କୁଇଓ, ଲକେଇପଶି, ଘଣ୍ଟପଡା, ବଡ କଞ୍ଜନୀ, ଦେଉଳବେଡା, ରେଙ୍ଗାଳି, ଶାକୋସିଂହା, ରାଣୀଗୋଡା, ଡଅଁରା ପ୍ରମୁଖ ୧୮ଟି ଦଳ ଅଂଶଗ୍ରହଣ କରିଥିଲେ। ଗବେଷକ ବିଭୁତି ଭୂଷଣ ସାହୁ, ଅରୁଣ କୁମାର ଗଡନାୟକ, ହେମନ୍ତ ଦାସ, ସୁଶିଲ କୁମାର ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ମଂଚ ପରିଚାଳନା କରିଥିବାବେଳେ ପୁରାଣବିତ୍ ରାହସ ଚନ୍ଦ୍ର ବିଶ୍ୱାଳ ଓ ସୁରେନ୍ଦ୍ର ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ। ପଂଚାନନ ଜେନା, ରସାନନ୍ଦ ଥାଟୋଇ ଓ ଅଶୋକ ସ୍ୱାଇଁ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ପ୍ରତିଯୋଗିତାରେ ବ୍ରଜନାଥପୁର ପ୍ରଥମ ସ୍ଥାନ, ଦେଉଳବେଡା ଦ୍ୱିତୀୟ ସ୍ଥାନ ଓ ବଡ ସିଂହଡା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ବିଜୟୀ ଦଳ ସହ ସମସ୍ତ ଅଂଶଗ୍ରହଣ କାରୀ ଦଳମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ପୁରାଣ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ପ୍ରତିଯୋଗିତାକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ପୁରାଣପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ସମ୍ପାଦକ ଗିରିଶ ବେହେରା, କୋଷାଧ୍ୟକ୍ଷ ରବି ନାରାୟଣ ପ୍ରଧାନ, ବୀରେନ୍ଦ୍ର ବେହେରା, ଯୋଗେଶ୍ୱର ବେହେରା, ବନ୍ଧୁଆ ବେହେରା, ଅଲେଖ ଗଡନାୟକ, ଦୁଃଖବନ୍ଧୁ ପ୍ରଧାନ, ଆଡଭୋକେଟ୍ ରାମଚନ୍ଦ୍ର ସ୍ୱାଇଁ, ଚିତରଞ୍ଜନ ପ୍ରଧାନ, ପ୍ରହ୍ଲାଦ ବେହେରା, ଅନୀତା ପାଣି, ବିଭୂତି ଭୂଷଣ ପାଣି, ମହେନ୍ଦ୍ର ପାଣିଗ୍ରାହୀ ଓ ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖଙ୍କ ସହ ଗୋବରା ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top