ଓଡ଼ିଶା

ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗ୍ରେଡ଼ବିମ ପଡ଼ୁଥିବା ବେଳେ ଅଘଟଣ, ମିକ୍ସର ମେସିନରେ ହାତ ଚାପି ଶ୍ରମିକ ଗୁରୁତର

ବାହାନଗା/ବାଲେଶ୍ୱର, ୧୬/୦୯(ଓଡ଼ିଆ ପୁଅ / ଭାରତୀ ଦାସ) – ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ଗ୍ରେଡ଼ବିମ ପଡ଼ୁଥିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। କାମ ଶେଷ ପରେ ବାପ ପୁଅ ମିକ୍ସର ମେସିନ ଧୂଆ ଯାଉଥିବା ବେଳେ ମେସିନରେ ହାତ ଚାପି ପୁଅ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବର୍ହିବିଭାଗ ଗୃହ ନିର୍ମାଣ ହେଉଥିଲା।ଏଥି ପାଇଁ ପାଇଁ ଆଜି ନୂତନ ଗୃହର ଗ୍ରେଡ଼ବିମ ପଡ଼ୁଥିବା ବେଳେ ୩୦ରୁ ଉର୍ଦ୍ଧ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଥିଲେ। ଅପରାହ୍ନ ୩ଟା ସମୟରେ କାମ ଶେଷ ପରେ ମିକ୍ସର ମେସିନ ଚାଲୁଥିବା ଅବସ୍ଥାରେ ମୁଳିସିଂର ଉମାକାନ୍ତ ଦଳେଇ ଓ ପୁଅ ହିମାଂଶୁ ଦଳେଇ(୧୮) ମେସିନ ଧୋଉ ଥିଲେ। ତେବେ ସାମାନ୍ୟ ଅସାବଧାନତା ହେତୁ ହିମାଂଶୁ ହାତ ମେସିନ ମଧ୍ୟରେ ଚାପି ହୋଇ ରହି ଯାଇଥିଲା। ସଙ୍ଗେସଙ୍ଗେ ଅନ୍ୟ ଶ୍ରମିକ ମେସିନ ବନ୍ଦ କରି ବହୁ କଷ୍ଟରେ ଗ୍ୟାସ କଟରରେ କାଟି ତାକୁ ବାହାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିଲେ। ହିମାଂଶୁର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବାଲେଶ୍ୱର ସଦର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପରେ ହିମାଂଶୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top