ଓଡ଼ିଶା

ଗୋପାଳପୁର ବନ୍ଦରରେ ଜାହାଜ ଦ୍ୱାରା ପଡୋଶୀ ରାଜ୍ୟକୁ ମାଫିଆ ମାନଙ୍କ ଦ୍ୱାରା ବାଲି ଚାଲାଣ ପ୍ରସଙ୍ଗରେ: ମୁଖ୍ୟମନ୍ତ୍ରୀ ବାଲି ମାଫିଆ ମାନଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ବିଜେପି

ଭୁବନେଶ୍ୱର, ତା ୩୧/୦୩ (ଓଡ଼ିଆ ପୁଅ): ରାଜ୍ୟରେ ଥିବା ଲୁହା, ମାଙ୍ଗାନିଜ, କ୍ରୋମ ତଥା ପ୍ରମୁଖ ଖଣିଜ ସଂପଦଗୁଡିକୁ ଚୋରି କରିବା ଏବଂ ପରେ ସେଗୁଡିକୁ ବିଦେଶକୁ ରପ୍ତାନୀ କରି କୋଟି କୋଟି ଟଙ୍କା ହଡପ କରାଯାଇଛି। ଏ ସମସ୍ତ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ହୋଇଥିଲେ ବି ଦୋଷୀ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି ଏବେ କିଛିବର୍ଷ ହେବ ବାଲି, ଗୋଡି ଏବଂ ମୋରମ ମାଫିଆମାନେ ଶାସକ ଦଳର ନେତା ଓ ରାଜ୍ୟସରକାରଙ୍କ ଅଫିସରମାନଙ୍କୁ କିଛି ହାତଗୁଂଜା ଦେଇ ନିଜ ବ୍ୟବସାୟ ବଢାଇବାରେ ଲାଗିଛନ୍ତି। ଏଭଳି ଖବର ପ୍ରତିଦିନ ଖବରକାଗଜର ପୃଷ୍ଠାମଣ୍ଡନ କରୁଛି। ଏହା ପରେ ବି ସରକାରଙ୍କ ଆଇନ କାମ କରୁନାହିଁ। ରାଜ୍ୟସରକାରଙ୍କ ଅଫିସରମାନେ ଅସାଧୁ ବାଲି ମାଫିଆମାନଙ୍କୁ ଧରିବା ପରିବର୍ତେ ସେମାନଙ୍କୁ ବାଲି ରପ୍ତାନୀ କରିବା ପାଇଁ ସୁରକ୍ଷା ଏବଂ ସୁଯୋଗ ଦେଉଛନ୍ତି। ଅନ୍ୟପଟେ ଶାସକ ଦଳର ନେତା ଓ କାର୍ଯ୍ୟକର୍ତାମାନେ ଏଥିରେ ସାମିଲ ଥିବାରୁ ପୋଲିସ ମଧ୍ୟ ନୀରବଦ୍ରଷ୍ଟା ପାଲଟିଛି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ରାଜ୍ୟର ଯାଜପୁର ଜିଲ୍ଲାରେ ବାଲି ମାଫିଆ ଟେଣ୍ଡର ଫିକ୍ସିଙ୍ଗରେ ସିଧାସଳଖ ଭାବରେ ଶାସକଦଳର ନେତାମାନଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ସେହିପରି ରାଜ୍ୟର ପ୍ରମୁଖ ବନ୍ଦର ଭାବେ ପରିଗଣିତ ହେଉଥିବା ଗୋପାଳପୁର ବନ୍ଦର କୂଳରେ ଜାହାଜରେ ବାଲି ବୋଝେଇ ହେଉଛି। ଓଡିଶାର ବାଲି ଅନ୍ୟରାଜ୍ୟକୁ ଚାଲଣ ହୋଇପାରିବ ନାହିଁ। ଏଥି ପାଇଁ ସ୍ୱତନ୍ତ୍ର ନିୟମ ହୋଇଥିଲେ ବି ବାଲି ମାଫିଆ ମାନେ ସକ୍ରିୟ ହୋଇ ଚକ୍ରାନ୍ତ କରି ୫୦ ହଜାର ଟନର ଜାହାଜରେ ବାଲି ଅନ୍ୟରାଜ୍ୟକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଘଟୁଥିଲେ ବି ପୋଲିସ ଏବଂ ପ୍ରଶାସନ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ଶର୍ମା କହିଛନ୍ତି।

ପୂର୍ବରୁ ୱାଗନ ଜରିଆରେ ର୍ନିଗୁଣ୍ଡିରୁ ବାଲି ବାଂଲାଦେଶକୁ ରପ୍ତାନୀ ହେଉଥିବା ସମୟରେ ଜିଲ୍ଲାପାଳ ସକ୍ରିୟ ହୋଇ ବାଲି ଟ୍ରକକୁ ଅଟକାଇଥିଲେ। ଏହି ପ୍ରସଙ୍ଗରେ ତକ୍ରାଳୀନ ପ୍ରଶାସକ ତାରାଦତଙ୍କ ନିର୍ଦ୍ଦେଶ ମଧ୍ୟ ବଳବତର ରହିଛି। ଓଡିଶାର ଲଘୁ ଖଣିଜପଦାର୍ଥ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଆଗରୁ ରାଜ୍ୟରେ ପ୍ରମୁଖ ଖଣିଜ ପଦାର୍ଥ ଚୋରି ହେବା ସମୟରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିଲେ। କିନ୍ତୁ ଆଜି ମଧ୍ୟ ଯେତେବେଳେ ଲଘ୍ୁ ଖଣିଜ ପଦାର୍ଥ ଗୁଡିକୁ ଚୋରି କରି ଚାଲାଣ ହେବାକୁ ଯାଉଛି ସେ ସମୟରେ ମୁଖ୍ୟମନ୍ତ୍ରୀ ତଦନ୍ତ ନକରି ଚୁପ୍ ରହିବାର ଅର୍ଥ ଆସାଧୁ ମାଫିଆମାନଙ୍କୁ ସୁରକ୍ଷା ଦେବା ସଦୃଶ୍ୟ ବୋଲି ଶ୍ରୀ ଶର୍ମା କହିଛନ୍ତି।

ରାଜ୍ୟରୁ ଦକ୍ଷିଣ ଓଡିଶାରେ ବାଲି ଚାଲାଣ ଅଧିକ ହେଉଛି। ରାଜ୍ୟରୁ ବାଲିଚାଲାଣ କରି ପଡୋଶି ଆନ୍ଧ୍ରପ୍ରଦେଶକୁ ରପ୍ତାନୀ କରାଯାଉଛି। ଏପଟେ ରାଜ୍ୟରେ ବାଲିର ଦର ବୃଦ୍ଧି ହେବାରୁ ଘର ତିଆରି କରିବା ମହଙ୍ଗା ହୋଇଛି। ଶାସକଦଳର ନେତାମାନେ ବେନିୟମ ବାଲି, ଗୋଡି, ମୋରମ ଚାଲାଣରେ ସିଧାସଳଖଭାବରେ ସଂପୃକ୍ତି ରହିଛି। ମୁଖ୍ୟମନ୍ତ୍ରୀ ଦୋଷୀ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ମାଫିଆଙ୍କୁ ସୁରକ୍ଷା ଦେଇଆସୁଛନ୍ତି। ରାଜ୍ୟରେ ବାଲି ମାଫିଆଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ ବୋଲି ଶ୍ରୀ ଶର୍ମା ଦାବି କରିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top