ଗୋପାଳପୁର ପଞ୍ଚାୟତରେ ମତ୍ସ ଉତ୍ପାଦନ ପାଇଁ ସହାୟତା

ତିର୍ତ୍ତୋଲ, ୫/୮ (ଓଡ଼ିଆ ପୁଅ/ଟୁକନ ସେଠୀ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗ୍ରାମର ସପ୍ନେଶ୍ୱର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମତ୍ସ ଉତ୍ପାଦନ ପାଇଁ ଓଡ଼ିଶା ୱାଲ୍ଡଫିସ୍ ପ୍ରୋଜେକ୍ଟ ଜରିଆରେ ଆର୍ଥିକ ସହାୟତା ଯୋଗାଇଦିଆଯାଇଛି। ମତ୍ସ ଚାଷ ପାଇଁ ୩ ଏକର ପୋଖରୀ ଲିଜ୍ ଜରିଆରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଏହି ମତ୍ସଚାଷ କରିଥିବା ଦେଖିବାକୁ ମିଳିଛି। ଏହି ପୋଖରୀରେ ରୋହି, ଭାକୁର, ମିରିକାଳୀ, ମାଗୁର, ସିଲଭର କପ୍ ସମେତ ବିଭିନ୍ନ ପ୍ରଜାତିର ମାଛ ଚାଷ କରାଯାଇଛି। ଏହିଭଳି ମାଛଚାଷ ଗାଁଗହଳୀରେ କରାଗଲେ ସ୍ଥାଦୀୟ ଅଞ୍ଚଳରେ ମାଛର ଉତ୍ପାଦନ ବଢ଼ିବାରେ ଲାଗିବା ସହିତ ବାହାର ରାଜ୍ୟରୁ ଆସୁଥିବା ମାଛ ଉପରେ ଅଙ୍କୁଶ ଲଗାଯାଇପାରିବ। ଆଜି ଉକ୍ତ ପୋଖରୀରେ ହୋଇଥିବା ମାଛ ଉତ୍ପାଦନର ପଦର୍ଶନ କରାଯାଇଥିଲା। ମାଛମାନଙ୍କୁ ପରିକ୍ଷା ନିରିକ୍ଷା କରାଯାଇ ପୁନର୍ବାର ପୋଖରୀ ମଧ୍ୟକୁ ଛଡ଼ାଯାଇଥିଲା। ୭ ରୁ ୮ ମାସ ଭିତରେ ମାଛର ବ୍ୟବଧାନ ୨ କିଲୋରୁ ୩ କିଲୋ ପର୍ଯ୍ୟନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାମତ୍ସ ଅଧିକାରୀ ସୁବ୍ରତ ଦାସ, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ସ୍ଥାନୀୟ ସରପଞ୍ଚ ନିୟତି ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ, ଆତ୍ମାର ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବ୍ଲକ ମତ୍ସ ଅଧିକାରୀ ବିଜୟ କୁମାର ସେନାପତି, ବିକାଶ ଚନ୍ଦ୍ର ସ୍ୱାଇଁ, ସମିତିସଭ୍ୟ ବିଜୟ ମହାନ୍ତି, ପୂର୍ବତନ ସରପଞ୍ଚ ମୃମୟ ସ୍ୱାଇଁ, ୱାଲ୍ଡଫିସ୍ ଏକ୍ସପଟ ନିବେଦିତା ପାଲିତ୍, ସପ୍ନେଶ୍ୱର ସ୍ୱଂୟସହାୟକ ଗୋଷ୍ଠିର ସଭାପତି ଅଞ୍ଜନା ସ୍ୱାାଇଁ, ସମ୍ପାଦକ କମଳା ଭୋଳଙ୍କ ସମେତ ସଦସ୍ୟା ପ୍ରମିଳା ଭାରତି, ସ୍ମିତା ଦାସ, କାଞ୍ଚନବାଳା ସାହୁ, ଲକ୍ଷ୍ମିପ୍ରିୟା ବାରିକ୍, କଲ୍ୟାଣି ବାରିକ୍, ଝରଣା ବାରିକ୍, ତରୁଲତା ସ୍ୱାଇଁ, ବସନ୍ତ ମଞ୍ଜରୀ ସ୍ୱାଇଁ, ସର୍ମିଷ୍ଠା ସ୍ୱାଇଁ, ଅମ୍ବିକା ସ୍ୱାଇଁ, ସୁଜାତା ସ୍ୱାଇଁ, ଶାନ୍ତିଲତା ଭୋଳ, ରମାଦେଇ ଭୋଳ, ପାର୍ବତୀ ଭୋଳ, ଲକ୍ଷ୍ମିପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହିଭଳି ମତ୍ସଚାଷ ସ୍ୱଂୟ ସହାୟକ ଗୋଷ୍ଠୀ ଜରିଆରେ ଏହି ବ୍ଲକରେ କରାଯିବାପାଇଁ ଅଧିକାରୀ ସୁବ୍ରତ ଦାସ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *