ଓଡ଼ିଶା

ଗୋପାଳପୁରେ ଭାସିଯାଇଥିବା ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର ୪-୩ (ଓଡ଼ିଆ ପୁଅ/ପିଣ୍ଟୁ ସାହୁ) ଗୋପାଳପୁରରେ ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ନିଖୋଜ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ରବିବାରଦିନ ଉଦ୍ଧାର କରାଯାଇଛି। ସେମାନେ ହେଲେ ଡି.ହିତେଶ (୨୧) ଓ ଏ.ଲୋକେଶ (୨୧)। ପ୍ରକାଶ ଯେ, ଶୁକ୍ରବାର ହୋଲି ଅବସରରେ ୩ ଜଣ ଛାତ୍ର ନଦୀରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି.ସିଦ୍ଧାର୍ଥ ପାତ୍ରଙ୍କର ମୃତଦେହ ହୋଲିଦିନ ଉଦ୍ଧାର କରାଯାଇଥିଲା। ହେଲେ ଲୋକେଶ ଓ ହିତେଶ ସେବେଠାରୁ ନିଖୋଜ ଥିଲେ। ଏନ୍‌ଡିଆରଏଫ ଟିମ୍‌, ଅଗ୍ନିଶମ ବିଭାଗ ଓ ଗୋପାଳପୁର ପୋଲିସର ମିଳିତ ସହଯୋଗରେ ରବିବାରଦିନ ସମୁଦ୍ର ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ ପଠାଯାଇଛି। ଏମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଦୀର୍ଘ ତିନିଦିନ ଧରି ନିରବଚ୍ଛିନ୍ନ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top