ବାହାନଗା/ବାଲେଶ୍ୱର, ୧୫/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ମଣିଭଦ୍ର ନେଡାଲ ହାଇସ୍କୁଲ ପରିସରରେ ଗୋପାଳପୁର ରଜ କମିଟି, ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ରଙ୍କ ତତ୍ୱାବଧାନରେ ଧୂମଧାମରେ ପାଳିତ ହୋଇଯାଇଛି। ପ୍ରାମ୍ଭରେ ସ୍ଥାନୀୟ ସମିତି ସଭ୍ୟା ତୁଷାରକାନ୍ତି ମହାପାତ୍ର, ସଂଯୁକ୍ତା ମିଶ୍ର, ଶୈଳବାଳା ଖଟୁଆ ସ୍କୁଲ ପରିସରରେ ଥିବା ମନିଷି ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସଂଯୁକ୍ତା ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ତୁଷାରକାନ୍ତି ମହାପାତ୍ର, ସମ୍ମାନିତ ଅତିଥିଭାବେ ସୁଚିତ୍ରା ସାହୁ ରଜ ବାବଦରେ ନିଜନିଜର ବକ୍ତବ୍ୟ ରଖିଥିଲୋ କାର୍ଯ୍ୟକମରେ ଶଙ୍ଖଫୁଙ୍କା, ମ୍ୟୁଜିକ ଚେୟାର, ପୁଚି, ହୁଳହୁଳି, ଦୌଡ଼ି ଟଣା, ଜଲପିଖିଆ, କାନ୍ଦଣା ପ୍ରଭୃତି ପ୍ରତିଯୋଗିତା ହୋଇ ପ୍ରଥମ, ଦ୍ୱିତୀୟ, ତୃତୀୟ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି, ଯୁବ ନେତା ଅଶ୍ୱନୀ ମହାପାତ୍ର, ଶିକ୍ଷକ ରବିନ୍ଦ୍ର କୁମାର ମିଶ୍ର, ଦିବାକର ସାହୁ, ବରେନ୍ଦ୍ର ସେଠୀ, ହରିଶ ଜେନା ପ୍ରମୁଖ ସହାୟତା କରିଥିଲେ।
