ଗୋପବନ୍ଧୁ ସମ୍ମାନରେ ସମ୍ମାନୀତ ଶ୍ରେଷ୍ଠ ବିଧାୟକ ପ୍ରୀତିରଞ୍ଜନଙ୍କୁ କର୍ମଭୂମୀରେ ବିପୁଳ ସମ୍ବର୍ଦ୍ଧନା

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ବିଧାୟକଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସମ୍ମାନରେ ସମ୍ମାନୀତ କରାଯାଇଛି । ବିଧାନସଭାରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନପତ୍ର,ଉପଢ଼ୌକନ ଓ ଅର୍ଥରାଶି ପ୍ରଦାନ କରି ତାଙ୍କୁ ଗତ ୨୪ ତାରିଖର ଉକ୍ତ ବିଶେଶ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ବିଧାୟକ ଶ୍ରୀ ଘଡାଇଙ୍କର କର୍ମଭୂମୀ ପ୍ରିୟ ସୁକିନ୍ଦା ମାଟିରେ ନିରନ୍ତର କାର୍ଯ୍ୟଧାରା, କର୍ତବ୍ୟ ପରାୟଣତା ଓ ଲୋକାଭୀମୁଖୀ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିବାସହ ତାଙ୍କୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ତାଙ୍କ କର୍ମଭୂମୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ହଜାର ହଜାର ସ୍ଥାନୀୟ ଜନ ସାଧାରଣ ଯୋଗଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଦାନଗଦୀ ଭବନ,ସୁକିନ୍ଦା ଭବନ ଓ କାଳିଆପାଣି ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧ ବନିତା ଯୋଗଦେଇ ଶୀ୍ର ଘଡାଇଙ୍କୁ ସମ୍ବର୍ଦ୍ଧନା ଜଣାଇବାସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ଉସôବରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ସମ୍ଭାଷଣ ପ୍ରଦାନ କରି ବିଧାୟକ ଶ୍ରୀ ଘଡାଇ କହିଥିଲେ ଯେ ପ୍ରଥମ ଧନ୍ୟବାଦ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ଏହି ସ୍ୱୀକୃତି ମୋ ଜନ ପ୍ରିୟ ସୁକିନ୍ଦା ସାଧାରଣଙ୍କର ବୋଲି ମତବ୍ୟକ୍ତ କରିଥିଲେ । ମୋ ଦେହରେ ବୁନ୍ଦାଏ ରକ୍ତ ଥୁବା ପର୍ଯ୍ୟନ୍ତ ଆପଣ ମାନଙ୍କର ସେବା କରିବି ବୋଲି ଶ୍ରୀ ଘଡେଇ କହିଥିଲେ । ଏହି ପୁରସ୍କାର ଓ ସମ୍ବର୍ଦ୍ଧନାକୁ ସେ ସୁକିନ୍ଦାର ଜନ ସାଧାରଣଙ୍କ ଉଦେ୍ଦଶ୍ୟରେ ଉସôର୍ଗ କରିବା ସହ ଆଗକୁ ଆପଣମାନଙ୍କ ସ୍ନେହ ଶ୍ରଦ୍ଧାଏକାନ୍ତ କାମ୍ୟବୋଲି ସମ୍ବର୍ଦ୍ଧନା ଉସôବରେ ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ବ୍ଲକ ଅଧକ୍ଷା ଶ୍ରୀମତୀ ପଦ୍ମାବତୀ ଜେନା,ଦାନଗଦୀ ବ୍ଲକ ଅଧକ୍ଷା ଲୋପୁମୁଦ୍ରା ନାୟକ, ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଂଜନ ବରାଳ ,ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଂଜ, ସୁକିନ୍ଦା ବ୍ଲକ ପୂର୍ବତ୍ତନ ଅଧ୍ୟକ୍ଷ ବିଶ୍ୱଜିତ ଦାସ ,ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ପ୍ରଦୀପ କୁମାର ମହାନ୍ତି,ଜିଲାପରିଷଦ ସଭ୍ୟା ସରୋଜୀନି ରାଜ,ସ୍ୱର୍ଣ୍ଣପ୍ରଭା ମଲ୍ଲିକ,ଭାଗ୍ୟଲକ୍ଷ୍ମୀ ରାଉତ,ସୁଶାନ୍ତ ସାମଲ, ମହିଳା ସଭାନେତ୍ରୀ ଭଗବତୀ ମାହାନ୍ତ, ବିଜେଡି ନେତା ଭାରତ ଭୁଷଣ ଦେଓ,ନାରୟଣ ଚନ୍ଦ୍ର ଧୀର,ବିଦ୍ୟାଧର ପାତ୍ର,ପ୍ରଫୁଲ୍ଲ କୁମାର ରାୟ,ଅମଳେନ୍ଦୁ ବେହୁରା,ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି, ଦାନଗଦୀ ବ୍ଲକ ଯୁବ ବିଜେଡି ସଭାପତ ମହେଶ୍ୱର ଗୁରୁ ,ଯୁବନେତା ରଂଜନ କୁମାର ମଲ୍ଲିକ ,ଶରତ ଚନ୍ଦ୍ର ସାହୁ,ଜୟନ୍ତ ରାଉତ.ପ୍ରଦୀପ କୁମାର ନାୟକ,ସାସ୍ୱତ ବେହୁରା,ମନୋଜ ବେହେରା,ସୁରେଶ କୁମାର ମାହାନ୍ତ ସମେତ ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ପଂଚାୟତର ବିଜେଡି କର୍ମୀ ,ଯୁବଓ ମହିଳା କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *