ଜିଲ୍ଲା ପରିକ୍ରମା

ଗୋପବନ୍ଧୁ ଗ୍ରାମୀଣ ଯୋଜନାର ଅର୍ଥଅନୁମୋଦନ ନିମନ୍ତେ ଜିଲ୍ଲାଯୋଜନା କମିଟି ବୈଠକ ଅନୁଷ୍ଠିତ

ପୁରୀ ୨୨.୦୯ (ଓଡ଼ିଆ ପୁଅ) -ପୁରୀଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ଶ୍ରୀ ସମୀର ରଞନ ଦାସଙ୍କ ଅଧ୍ୟକ୍ଷତାରେ ଆନୁଷ୍ଟିତ ଜିଲ୍ଲା ଯୋଜନା କମିଟି ବୈଠକରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ପୁରୀ ଜିଲ୍ଲା ରେ ୨୦୧୮-୧୯ବର୍ଷପାଇଁ ୧୫କୋଟି ୮୧ଲକ୍ଷ ୪୫ ହଜାର ଟଙ୍କା ଅନୁମୋଦନ କରାଯାଇଛି।ରାଜ୍ୟ ସରକାରଙ୍କ ପଚାଂୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଏହି ଅର୍ଥଜିଲ୍ଲାର ବିଭିନ୍ନ ବ୍ଳକ୍ ରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଖର୍ଚ୍ଚ କରିବା ପାଇଁ ପ୍ରଦାନ କରାଯାଇଛି।ଗୋପବନ୍ଦୁ ଗ୍ରାମୀଣ ଯୋଜନାରେ ଅସ୍ତରଙ୍ଗ ବ୍ଳକ୍ ପାଇଁ ୯୪ଲକ୍ଷ ୩୪ହଜାର ଟଙ୍କା ବ୍ରହ୍ମଗିରି ବ୍ଳକ୍ ପାଇଁ ୧କୋଟି ୬୭ଲକ୍ଷ ୩୭ହଜାର ଟଙ୍କା, ଡେଲାଙ୍ଗ ବ୍ଳକ୍ ପାଇଁ ୧କୋଟି ୨୬ଲକ୍ଷ ୬୬ହଜାର ଟଙ୍କା, ଗୋପ ବ୍ଳକ୍ ପାଇଁ ୧କୋଟି ୯୨ଲକ୍ଷ ୫୮ ହଜାର ଟଙ୍କା, କାକଟପୁରୁ କ୍କ୍ ପାଇଁ ୧କୋଟି ୧୦ଲକ୍ଷ ୫୨ ହଜାର ଟଙ୍କା, କଣାସ ବ୍ଳକ୍ ପାଇଁ ୧ କୋଟି ୪୫ ଲକ୍ଷ ୯୪ ହଜାର ଟଙ୍କା, କୃଷ୍ଣପ୍ରସାଦ ବ୍ଳକ୍ ପାଇଁ ୧କୋଟି ୪୭ଲକ୍ଷ ୩୭ ହଜାର ଟଙ୍କା, ନିମାପଡା ବ୍ଳକ୍ ପାଇଁ ୧କୋଟି ୯୦ଲକ୍ଷ ୧୪ହଜାର ଟଙ୍କା, ପିପିଲି ବ୍ଳକ୍ ପାଇଁ ୧କୋଟି ୩୭ଲକ୍ଷ ୩୮ହଜାରଟଙ୍କା, ପୁରୀ ସଦର ବ୍ଳକ୍ପାଇଁ ୧କୋଟି ୫୮ ଲକ୍ଷ ୬୪ ହଜାର ଟଙ୍କା ଓ ସତ୍ୟବାଦୀ ବ୍ଳକ୍ ପାଇଁ ୧କୋଟି ୧୦ ଲକ୍ଷ ୪୧ ହଜାର ଟଙ୍କା ଦିଆଯାଇଛି। କୋପବନ୍ଧୁ ଗ୍ରାମୀଣ ଯୋଜନାରେ ବିଭିନ୍ନ ବ୍ଳକ୍ରେ ବଳକା ଥିବା ସୁଧ ଅର୍ଥରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ବିଡିଓ ବ୍ରହ୍ମଗିରି, ବିଡିଓ ପୁରୀସଦର, ବିଡିଓ କୃଷ୍ଣପ୍ରସାଦ ଦେଇଥିବା ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଗଲା। ଏହାବ୍ୟତୀତ ଅନ୍ୟବ୍ଳକ୍ମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପ ପାଇଁ ଦେଇଥିବା ପ୍ରସ୍ତାବ ଅନୁମୋଦନ କରାଯାଇଛି।ବୋପବନ୍ଦୁ ଗ୍ରାମୀଣ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେବାପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହିଥିଲେ। ଏହି ବୈଠକରେ କାକଟପୁର ବିଧାୟକ ଶ୍ରୀ ସୁରେନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିମୟ ଦଳାଇ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଉଦ୍ଧବ ଚନ୍ଦ୍ର ମାଝୀ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟ, ଜିଲ୍ଲାଯୋଜନା କମିଟିର ସଦସ୍ୟ.ବିଭିନ୍ନ ବ୍ଲକ୍ର ବିଡିଓ ଏବଂ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ।୍ରୀ ପ୍ରସନ୍ନ କୁମାର ଦାସ ଧନ୍ୟବାଦ ଞ୍ଜାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top