ଜିଲ୍ଲା ପରିକ୍ରମା

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ପୁରୀ: ୦୯.୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ର ସଂସଦର ବାର୍ଷିକ ଉତ୍ସବ ଗୁରୁବାର ସଂନ୍ଧ୍ୟାରେ ଅନୁଷକଟିତ ହୋଇଯାଇଛି। ଛାତ୍ର ସଂସଂଦର ସଭାପତି ମନୋରଞ୍ଜନ ବାଗ୍ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ ଯେ ଏହା ଓଡିଶାର ସର୍ବ ପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ।ଏହାର ସ୍ୱତନ୍ତ୍ରତା ରହିଛି ଆୟୁର୍ବେଦ ଛାତ୍ରଛାତ୍ରୀମାନେ ଉଚ୍ଚମାନର ଗବେଷଣା ଜାରି ରଖିବା ଉଚିତ୍ ଏହାଦ୍ୱାରା ନୂତନ ଆୟୁର୍ବେଦ ଔଷଧ ପ୍ରସ୍ତୁତ ହୋଇପାରିବ ବିଶ୍ୱରେ ବର୍ତମାନ ଆୟୁର୍ବେଦର ଚାହିଦା ବୃଦ୍ଧି ପାଇଥିବା ବେଳେ ଛାାତ୍ରଛାତ୍ରୀମାନେ ଉଚ୍ଚତର ଗବେଷଣା ପାଇଁ ଆଗ୍ରହ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆୟୁଷର ଡେପୁଟି ଡଇରେକ୍ଟର ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନେ ସମାଜ ସେବା କ୍ଷେତ୍ର ରେ ନିଜକୁ ବର୍ତ୍ତୀ ରଖିବା କୁ ଆହ୍ୱାନ ଦେଇଥିଲେ।ଛାତ୍ର ସଂସଂଦ ର ସଂମ୍ପାଦକ ବିବିଧ ରଞ୍ଜନ ସାହୁ ବିବରଣୀ ପାଠ କରିବା ସହ କଲେଜ୍ ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଥବଲେ। ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଛଶତ୍ର ସଂସଂଦ ର ଉପଦେଷ୍ଠା ଡଃ ବିପିନି ବିହାରୀ ଖୁଟିଂଆ, ସରୋଜ ମିଶ୍ର ମଚାଂସୀନ ଥିବା ବେଳେ ଅରୁଣ କୁମାର ଦାସ ରମାନନ୍ଦ ପ୍ରଧାନ ଓ ହୃଦୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନେ ଚୀତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top