ଗୋଡିପୋଖରୀ ଫୁଟବଲ ପ୍ରତିଯୋଗୀତାରେ ସାତକୋଶିଆ ଚମ୍ପିଆନ୍

ପାଟଣା,ତା୧୧/୦୧(ଓଡିଆ ପୁଅ/ଅଭିମନ୍ୟୁ)ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମର ମହାବୀରା ଠାକୁରାଣୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫୁଟବଲ ପ୍ରତିଯୋଗୀତାରେ କେନ୍ଦୁଝର ଏକାଦଶକୁ ୧-୦ ଗୋଲରେ ପରାସ୍ତ କରି ସାତକୋଶିଆ ଆନନ୍ଦପୁର ସାତକୋଶିଆ ହୋଇଛି । ପୁରସ୍କାର ବିତରଣ ଉସôବରେ ଯମୁନାପଶି ପଞ୍ଚାୟତ ସରପଞ୍ଚ ମମତାମୟୀ ନାଏକ ମୁଖ୍ୟ ଅତିଥି,ସମିତିସଭ୍ୟ ଗୌରହରୀ ନାଏକ, ନାଏବ ସରପଞ୍ଚ ରଙ୍ଗଲତା ମହାନ୍ତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚମ୍ପିଆନ୍ ଆନନ୍ଦପୁରର ସାତକୋଶିଆ ଦଳକୁ ନଗଦ ୨୦ହଜାର ଟଙ୍କାର ପୁରସ୍କାର ସହ ରନର୍ସଅପ୍ କେନ୍ଦୁଝର ଏକାଦଶକୁ ନଗଦ ୧୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ରେଫରୀ ଉକôଳମଣୀ ବେହେରା ଓ ବୁଲବୁଲ ଆପଟ୍ଟ ଧାରାବିବରଣୀ ପ୍ରଦାନ କରିଥିଲେ । ଯୁବକ ସଂଘର ସଭାପତି ଦିବାକର ନାୟକ, ସଂପାଦକ ପଙ୍କଜ ଚରଣ ନାୟକ, ପଦ୍ମଲୋଚନ ନାୟକ,ଆନନ୍ଦ ଚନ୍ଦ୍ର ନାୟକ, ଜଗନ୍ନାଥ ନାଏକ, ନାକଫୋଡି ନାଏକ ଓ କୃଷ୍ଣଚନ୍ଦ୍ର ମହାନ୍ତ ପ୍ରତିଯୋଗୀତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *