ଗୋଟିଏ ମଞ୍ଚରେ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ଚିଟଫଣ୍ଡ ସପୃକ୍ତିରେ ସିବିଆଇ ଦ୍ୱାରା ଜେରା ହୋଇଥିବା ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା

ବରୁଣେଶ୍ୱର ଚାଟ ମୁଣ୍ଡିଳୀ ସୋସିଆଲ ଫାଉଣ୍ଡେସନର ଉଦଘାଟନୀ ଉତ୍ସବ :
ପୁରୁଷୋତ୍ତମପୁର,୨୧/୬ (ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଚାଟମୁଣ୍ଡିଳୀ ଗ୍ରାମରେ ବରୁଣେଶ୍ବର ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଚାସେବୀ ସଙ୍ଘଠନ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟ ସମ୍ମାନିତ ଅତିଥି ଭାବେ ମୁମ୍ବାଇ ଓଡିଆ ମହାସଂଘର ସଭାପତି ବିପିନି ବିହାରୀ ମିଶ୍ର ମଞ୍ଚାସୀନ ଥିଲେ। ଏବେ ବିପିନି ବିହାରୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାରଣ ଚିଟଫଣ୍ଡ ସସ୍ଥାରୁ ଅର୍ଥ ନେଇଥିବା ମାମଲାରେ ସିବିଆଇ ପୂର୍ବରୁ ଦୁଇଥର ତାଙ୍କୁ ଜେରା କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ସୂର୍ଯ୍ୟକ୍ଷେତ୍ର ନାମକ ଏକ ସସ୍ଥା ମୁମ୍ବାଇ ଓ ଓଡ଼ିଶାରେ କାମ କରୁଅଛି। ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଟଲମ୍ୟାନ ପୁସ୍ତକ ଉନ୍ମୋଚନ ସମୟରେ ସ୍ବାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଜେଡି ମୁଖପାତ୍ର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଝିରେ ବସିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ଓ ସେଠାରେ ବିରୋଧର ଶିକାର ହେବାକୁ ପଡିଥିଲା। ବର୍ତ୍ତମାନ ଚିଟଫଣ୍ଡର ଅର୍ଥକୁ ପଞ୍ଚାୟତ ସ୍ତରରେ ବିଭିନ୍ନ ସଙ୍ଘଠନ ବନେଇ କଳାକୁ ଧଳା କରାଯାଉଥିବା ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ବରୁଣେଶ୍ବର ଫାଉଣ୍ଡେସନ ପକ୍ଷରୁ ୫୦ ହଜାର ଟଙ୍କାର ଗ୍ରାମର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ, କ୍ୟାନ୍ସର ପୀଡ଼ିତ ବ୍ୟକ୍ତିଙ୍କୁ ଆର୍ଥିକ ସାହାଯ୍ୟ କରାଯିବ ବୋଲି ଫାଉଣ୍ଡେସନର କର୍ମକର୍ତ୍ତା କହିଛନ୍ତି। ବିପିନି ବିହାରୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ସଙ୍ଘ ସଭାପତି ନିଳାଞ୍ଚଳ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଚିଟଫଣ୍ଡ ସପୃକ୍ତିକୁ ନେଇ ସେ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ ଆମ ସସ୍ଥା ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ସୂଚନା ଦେଇଥିଲେ। କିନ୍ତୁ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ ହୋଇପାରିନଥିଲା। ଅନ୍ୟ ସମ୍ମାନିତ ଅତିଥି ରୂପେ ରାଜ୍ୟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, ଭୀମପୁର ସରପଞ୍ଚ ନାରାୟଣ ପାଣିଗ୍ରାହୀ, ଶ୍ରମିକ ନେତ୍ରୀ ସଯୁକ୍ତା ମଣ୍ଡଳ, ପ୍ରବାସୀ ଓଡ଼ିଆ ମୁମ୍ବାଇ ସଦସ୍ୟ ମଞ୍ଚାସିନ ଥିଲେ। ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ। ପରିଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *