ଗୋଟିଏ ପଟେ ସଡକ ସୁରକ୍ଷା ସପ୍ତାହ : ଅନ୍ୟପଟେ ବେଆଇନ ଗାଡିରେ ଅସୁରକ୍ଷିତ ଯାତ୍ରୀ ପରିବହନ

ଯାଜପୁର, ୩୦।୪(ଓଡିଆ ପୁଅ/ମାନସ ରାଉତ): ସାରା ଜିଲାରେ ସପ୍ତାହକ ବ୍ୟାପି ପ୍ରଶାସନ ପକ୍ଷରୁ ମେ ୨୩ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଅଛି। ସଡକ ସୁରକ୍ଷା ସପ୍ତାହ ପାଳନ କରାଯିବା ସହ ଜିଲା ପ୍ରଶାସନ, ପୋଲିସ, ଟ୍ରାଫିକ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା କରାଯାଉଥିଲାବେଳେ ଜାତୀୟ ରାଜପଥରେ ବେଆଇନ ଭାବେ ଗାଡି ଗୁଡିକରେ ଅସୁକ୍ଷିତ ଭାବରେ ଯାତ୍ରୀ ପରିବହନ ପ୍ରଶାସନ ନଜରକୁ ଆସୁନାହିଁ। କୌଣସି ଟ୍ରେକର ଓ ଖୋଲା ଚାରିଚକିଆ ଯାନରେ ଯାତ୍ରୀ ପରିବହନକୁ ସମ୍ପୂର୍ଣ୍ଣ ବାରଣ କରା୍ୟାଇଥିବା ବେଳେ ସେହି ଗାଡିଗୁଡିକରେ ଯାତ୍ରୀ ପରିବହନ ଖୋଲାମେଲା ଭାବେ ଚାଲୁଥିବା ଦେଖାଯାଉଛି। ଛକ ବଜାର ଗୁଡିକରେ ମେଂଚା ମେଂଚା ପୋଲିସ ପ୍ରଶାସନ ରହି ସଡକ ସୁରକ୍ଷା ସ୍ଳୋଗାନ ଦେଉଛନ୍ତି, ହେଲେ ଏଅଥିପ୍ରତି କାହାରି ନଜର ନଥିବା ଦେଖାଯାଉଛି। ଖୋଦ ଜିଲା ମୁଖ୍ୟାଳୟକୁ ଏହିସବୁ ଗାଡିରେ ଅସୁରକ୍ଷିତ ଭାବେ ଯାତ୍ରୀମାନଙ୍କୁ ବୁହା ଚାଲିଛି। ଚଣ୍ଡିଖୋଲର ପାଶ୍ୱର୍ସ୍ଥ ଜାତୀୟ ରାଜପଥ ଗୁଡିକରେ ଏହିସବୁ ଗାଡି ସମେତ ମାଲ ପରିବହନ କରୁଥିବା ଗାଡିରେ ସମ୍ପୂର୍ଣ୍ଣ ଅସୁରକ୍ଷିତ ଭାବରେ ଯାତ୍ରୀ ମାନଙ୍କୁ ବୁହା ଚାଲିଥିବା ବେଳେ ପ୍ରଶାସନ କିମ୍ବା ପରିବହନ ବିଭାଗ ଦେଖି ନଦେଖିଲା ଭଳି ଅଭିନୟ କରୁଛନ୍ତି। ଚଳପ୍ରଚଳ କରୁଥିବା ବହୁ ଛୋଟ ଗାଡି ଗୁଡିକର ବୀମା ଫିଟନେସ କେଉଁ।କଳରୁ ସରିଯାଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ସେ ଗାଡି ଗୁଡିକୁ ଯାଂଚ କରାଯାଉ ନାହିଁ। ଫଳରେ ଯାତ୍ରୀ ପରିବହନ ବେଳେ ଦୁର୍ଘଟଣା ଘଟିଲେ ଉକ୍ତ ଗାଡି ଗୁଡିକର ସଠିକ କାଗଜପତ୍ର ନଥିବାରୁ ମୃତକ ମାନଙ୍କୁ ବୀମା ରାଶି ମିଳିପାରୁ ନାହିଁ। ଫଳରେ ସେମାନଙ୍କ ପରିବାର ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇ ଯାଉଛନ୍ତି। ବିଶେଷ କରି ବଡ ବଡ ଠିକାଦାର ମାନେ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ମାଲ ପରିବହନ ଗାଡିରେ ଶ୍ରମିକ ପରିବହନ କରୁଥିବା ଦେଖିବାକୁ ମିଳିଛି। ଶନିବାର ଚଣ୍ଡିଖୋଲ-ଦର୍ପଣୀ ରାସ୍ତାରେ ଜଣେ ଠିକାଦାର ନିଜର ଶ୍ରମିକ ମାନଙ୍କୁ ଅତି ଦୟନୀୟ ଭାବେ ମାଲ ପରିବହନ ପାଇଁ ଉଦ୍ଦିଷ୍ଟ ଗାଡିରେ ବୋହି ନେଇ ଯାଉଥିବା ଦେଖାଯାଇଛି। ସଂପୃକ୍ତ ଗାଡିରେ ଯାତ୍ରୀ ପରିବହନ କଲେ ଧର୍ତବ୍ୟ ଅପରାଧ ହୋଇଥିଲେ ମଧ୍ୟ ଚଣ୍ଡିଖୋଲ ଠାରେ ରହଥିବା ଟ୍ରାଫିକ ଥାନା ଓ ଆର.ଟି.ଓ ଅଧିକାରୀ ମାନେ କେଉଁ କାରଣରୁ ନୀରବ ଦ୍ରଷ୍ଟା ସାଜିଛନ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଲୟ ମାନଙ୍କରେ ଏହି ସଂପୃକ୍ତ ବିଭାଗ ତରଫରୁ ସଚେତନତା ସୃଷ୍ଟି ନାମରେ କେବଳ ସଭା ସମିତିରେ ଭାଷଣ ଦେଇ ଅଧିକାରୀ ମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଶେଷ କରିଦେଇ ବାହାବା ନେଉଛନ୍ତି, ହେଲେ ଅନେକ ଗୁଡିଏ ବେସରକାରୀ ବିଦ୍ୟାଳୟକୁ ଅସୁରକ୍ଷିତ ଭାବେ ଛାତ୍ରଛାତ୍ରୀଙ୍କୁ ବୁହା ଯାଉଥିବା ଦେଖାଯାଇଛି। ଏ ସଂପର୍କରେ ଚଣ୍ଡିଖୋଲର ଆର.ଟି.ଓ ଲାଲମୋହନ ସେଠୀଙ୍କୁ ପଚାରିବାରେ ଏ ବିଷୟ ଆମ ନଜରକୁ ଆସିଛି ଆମ୍ଭେ ସେଥିପ୍ରତି ତୁରନ୍ତ ପଦକ୍ଷେପ ନେବୁ ବୋଲି କହିଥିଲେ। ସେହିପରି ଜାତୀ୍ୟ ରାଜପଥରେ ପ୍ରତିଦିନ ଶହଶହ ସଂଖ୍ୟାରେ ଗାଡିଗୁଡିକ ବିନା ପାଲବାନ୍ଧି ଗୋଡି, ମେଂଟାଲ ଓ ବାଲି ଆଦି ପରିବହନ କରୁଥିବା ଦେଖାଯାଉଛି। ପୋଲିସ କର୍ମଚାରୀ ମାନେ ଜାତୀୟ ରାଜପଥର ସ୍ଥାନେ ସ୍ଥାନେ ହେଲମେଟ ଚେକିଂରେ ବ୍ୟସ୍ତ ରହୁଥିବା ବେଳେ ବେପରୁଆ ପରିବହନ ପ୍ରତି ସେମାନଙ୍କର ନଜର ପଡୁନାହିଁ। ଖୋଦ ଟ୍ରାଫିକ ଥାନା ଆଗଦେଇ ପ୍ରତିଦିନ ଏଭଳି ଗାଡିଗୁଡିକ ଚଳପ୍ରଚଳ ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ ଫାଇନ କରାଯାଉ ନାହିଁ।

Leave a Reply

Your email address will not be published. Required fields are marked *