ଜିଲ୍ଲା ପରିକ୍ରମା

ଗୋଟିଏ ଦିନରେ ରାଉରକେଲାର ତିନୋଟି ବସ୍ତି ପାଲଟିଲା ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ବସ୍ତି

ଡେଲି ମାର୍କେଟ ବସ୍ତିରେ ମିଳିତ ଭାବେ ତିନୋଟି ବସ୍ତିର ଲୋକଙ୍କ ସମାବେଶ
ରାଉରକେଲା, ୨୧-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ସହରରେ ପରିଣତ କରିବା ଦିଗରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏକ ବଡ଼ ସଫଳତା ହାସଲ କରିଛନ୍ତି। ୱାର୍ଡ ନମ୍ବର ୧୪ ଅଧିନରେ ଥିବା ଓଲଡ୍ ଆଉଟ ଷ୍ଟେସନ ରୋଡ ବସ୍ତି ଏବଂ ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ଓଲଡ୍ ଷ୍ଟେସନ ବସ୍ତି ଓ ଡେଲି ମାର୍କେଟ ବସ୍ତିକୁ ସଂପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ବସ୍ତିରେ ପରିଣତ କରିବାରେ ସଫଳ ହୋଇଛନ୍ତି କର୍ତ୍ତୃପକ୍ଷ।

ଏହି ସଫଳତାକୁ ତିନୋଟି ବସ୍ତିର ଲୋକେ ମିଳିତ ଭାବେ ଡେଲି ମାର୍କେଟ ବସ୍ତିରେ ଏକ ଉତ୍ସବର ଆୟୋଜନ କରି ଉତ୍ସାହର ସହ ପାଳନ କରିଛନ୍ତି।

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ, ରାଉରକେଲା ମହାନଗର ନିଗମ ଓ ଫିଡବ୍ୟାକ ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ସଫଳତା ମିଳିପାରିଛି। ପ୍ରଥମେ ବିଭାଗୀୟ ଅଧିକାରୀ ତଥା ଫିଡବ୍ୟାକ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ବସ୍ତି ବାସିନ୍ଦାଙ୍କୁ ବାହ୍ୟ ମଳତ୍ୟାଗର ଭୟାବହତା ସଂପର୍କରେ ସଚେତନ କରାଇବା ସହ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ବିରତ ରଖିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ନୀରିକ୍ଷଣ କମିଟି ମାନ ଗଠନ କରିଥିଲେ। ଏହି ନୀରିକ୍ଷଣ କମିଟି ପ୍ରତିଦିନ ଭୋରରୁ ତଥା ସଂଧ୍ୟା ସମୟରେ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ବୁଝାଇ ବ୍ୟକ୍ତିଗତ ପାଇଖାନା ତଥା ଗୋଷ୍ଠୀ ପାଇଖାନା ବ୍ୟବହାର ପାଇଁ ପ୍ରେରିତ କରିଥିଲେ। ଘରକୁ ଘର ବୁଲି ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ଗୋଷ୍ଠୀ ବୈଠକ ମାଧ୍ୟମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା। ଏପରି କାର୍ଯ୍ୟକ୍ରମ ଦ୍ବାରା ସ୍ଥାନୀୟ ବସ୍ତିବାସିନ୍ଦା ମାନେ ଖୋଲାସ୍ଥାନରେ ମଳତ୍ୟାIଗ ନକରିବାକୁ ଶପଥ ନେଇଥିଲେ। ଯାହାର ଫଳ ସ୍ୱରୁପ ଆଜି ତିନୋଟି ବସ୍ତି ସଂପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ବସ୍ତିରେ ପରିଣତ ହୋଇପାରିଛି।

ଏହି ଅବସରରେ ଡେଲି ମାର୍କେଟ ବସ୍ତିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତିନୋଟି ବସ୍ତିର ନୀରିକ୍ଷଣ କମିଟିର ସଦସ୍ୟ ମାନେ ନିଜ ନିଜ ଅନୁଭୁତିକୁ ବର୍ଣ୍ଣନା କରିଥିଲେ। କିପରି ନିରନ୍ତର ଭାବେ ସଚେତନତା କାର୍ଯ୍ୟକ୍ରମ କରାଯିବା ଦ୍ବାରା ଲୋକମାନେ ବାହାରେ ମଳତ୍ୟାଗ କରିବା ଅଭ୍ୟାସକୁ ତ୍ୟାଗ କରି ଏବେ ପାଇଖାନା ବ୍ୟବହାର କରୁଛନ୍ତି, ସେସଂପର୍କରେ ସେମାନେ ନିଜ ନିଜ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ, ରାଉରକେଲା ମହାନଗର ନିଗମ ଓ ଫିଡବ୍ୟାକ ଫାଉଣ୍ଡେସନର ଅଧିକାରୀ ତଥା କର୍ମକର୍ତ୍ତା ମାନେ ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ଉତ୍ସାହିତ କରିଥିଲେ।

ଏଠାରେ ସୂଚନାଯୋଗ୍ୟଯେ, ପୂର୍ବରୁ ତେଲୁଗୁପଡ଼ା ବସ୍ତି, ମାଗୁଣି ବସ୍ତି ଓ ମା କଲ୍ୟାଣୀ ଝୁମ୍ପୁଡି ବସ୍ତି, ମନଟୋଲା ବସ୍ତି, ଗାଢ଼ାଟୋଲା ବସ୍ତି ଓ ଚାଚି ବସ୍ତିକୁ ବାହ୍ୟ ମଳ ତ୍ୟାଗ ମୁକ୍ତ ବସ୍ତି ଭାବେ ଘୋଷଣା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top