ଗୋଛିଦା ତେଘରିରେ ବ୍ଲକ ସ୍ତରୀୟ କୃଷି ସମ୍ପର୍କ ମେଳା: “ବୈଷୟିକ ପରାମର୍ଶ ଦ୍ୱାରା ହିଁ କୃଷକ ଅଧିକ ଲାଭବାନ ହୋଇ ପାରିବ”

ଭୋଗରାଇ, ୧୧/୩/୨୦୧୮(ଓଡିଆ ପୁଅ/ରାଧାକାନ୍ତ ପ୍ରଧାନ)ଭୋଗରାଇ ଚାଷ ପାଇଁ ସମଗ୍ର ରାଜ୍ୟରେ ନିଜର ଖ୍ୟାତିକୁ ବଜାଇ ରଖିଛି। “ବୈଷୟିକ ପରାମର୍ଶ ଦ୍ୱାରା ହିଁ କୃଷକ ଅଧିକ ଲାଭବାନ ହୋଇ ପାରିବ” ବୋଲି ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଉପଲକ୍ଷେ ଆୟୋଜିତ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭୋଗରାଇର ଉପାନ୍ତ ଗୋଛିଦା ତେଘରି ପଂଚାୟତର କେନ୍ଦୁଗଛ ପଡିଆରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୃଷକ ସମ୍ପର୍କ ମେଳାରେ ଆୟୋଜିତ ସଭାକୁ କ୍ଷେତ୍ର ବିଶେଷଜ୍ଞ ଶ୍ରୀଧର ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଯୋଗଦେଇ ରବି ଋତୁରେ ଭୋଗରାଇରେ ପ୍ରାୟ ୪୦ହଜାର ଏକର ଚାଷ ଜମିରେ ଧାନ ଚାଷ ହୋଇଥିବା ବେଳେ, ୫ହଜାର ଏକର ଜମିରେ ମୁଗ, ବିରି ଓଚିନା ବାଦାମ ଚାଷ ହୋଇଛି ବୋଲି କହିଥିଲେ। ମାତ୍ର ମାଙ୍କଡଙ୍କ ଉତପାତ ପାଇଁ ଭୋଗରାଇରେ ପନିପରିବା ଚାଷ ହ୍ରାସ ପାଉଛି। ଅନ୍ୟମାନଙ୍କ ମଧ୍ୟରେ ଭୋଗରାଇ ପଂଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଉପାଧ୍ୟକ୍ଷ ଦୀପକ ଦାସ, ବାଲେଶ୍ୱର ଡିପିଡି(ଆତ୍ମା) ଅଶୋକ କୁମାର କର, ଜିଲ୍ଲା ସହକାରୀ କୃଷି ଅଧିକାରୀ(ମୃତିକା)ହରିହର ନାୟକ, କମର୍ଦ୍ଦା ସହକାରୀ କୃଷି ଅଧିକାରୀ ଜିତେନ୍ଦ୍ର ସିଂ, ବ୍ଲକ ପଶୁ ଚିକିତ୍ସା ଅଧିକାରୀ ପର୍ଶୁରାମ ପଣ୍ଡା, ଜିଲ୍ଲା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ସୁଧୀର ଚନ୍ଦ୍ର ପ୍ରଧାନ, ଭୋଗରାଇ କୃଷି ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ପ୍ରଦୀପ ମାହାନା, କୃଷି ଅଧିକାରୀ ରାଜେନ୍ଦ୍ର ବଲ୍ଲଭ ଦାସ, ବିଟିଏମ ସ୍ୱାଧୀନ ଜେନା, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ, ସର୍ବେଶ୍ୱର ନାୟକ, ଶଙ୍ଖାରୀ ସରପଂଚ ରାଧା ବିନୋଦ ଦାସ, ସ୍ଥାନୀୟ ସରପଂଚ ନଗେନ୍ଦ୍ର ନାଥ ପାତ୍ର, ସଦସ୍ୟା ନିବେଦିତା ପ୍ରଧାନ ପ୍ରମୁଖ ମତ୍ସ୍ୟ, ପଶୁ, ଉଦ୍ୟାନ ଓ କୃଷି ଉପରେ ବିଶଦ ଆଲୋଚନା କରିଥିଲେ। ଏଥିରେ ବ୍ଲକର ସରପଂଚ, ସମିତି ସଭ୍ୟ, କୃଷକ ସାଥୀ, ଭିଏଡବ୍ଲୁ, ଏଟିଏମର ସଦସ୍ୟ ମାନେ ଯୋଗଦେଇଥିଲେ। ସମାଜସେବୀ ସନ୍ତୋଷ ଦାସ ଅତିଥି ପରିଚୟ କରିଥିଲା ବେଳେ ଭୋଗରାଇ ସହକାରୀ କୃଷି ଅଧିକାରୀ ରାଧା ଗୋବିନ୍ଦ ଦେ ଧନ୍ୟବାଦ ଦେଇଥିଲେ। ସମାଜସେବୀ ହରେକୃଷ୍ଣ ଦେ, ୱାର୍ଡସଭ୍ୟ ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ସମେତ ଗୋଛିଦା ତେଘରି ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *