ଜିଲ୍ଲା ପରିକ୍ରମା

ଗୋଚର ଜମିରେ ଗୃହ ନିର୍ମାଣକୁ ବିରୋଧ, ଜିଲା ପ୍ରଶାସନର ଦ୍ୱାରସ୍ତ

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) – ଗୋଚର ଓ ଦେବସ୍ଥଳୀରେ ଗୃହ ନିର୍ମାଣକୁ ବିରୋଧ କରି ଜଣେ ବ୍ୟକ୍ତି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗପତ୍ର ପ୍ରଶାସନକୁ ପ୍ରଦାନ କରିଛନ୍ତି। ବ୍ରହ୍ମବରଦା କୋଠଡିହ ଗ୍ରାମର ସୂର୍ଯ୍ୟମଣି ନାୟକଙ୍କ ଘର ସମ୍ମୁଖରେ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଜୋରଜବରଦସ୍ତ ଗୋଚର ଓ ଦେବସ୍ଥଳୀରେ ଏକ ଗୃହ ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହି ଗୃହ ନିର୍ମାଣ କରାଗଲେ ଶ୍ରୀ ନାୟକ ଘରୁ ପଦାକୁ ବାହାରିବା ପାଇଁ ରାସ୍ତା ନାହିଁ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହି ଗୃହ ନିର୍ମାଣକୁ ବିରୋଧ କରି ଶ୍ରୀ ନାୟକ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ ଗୃହ ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଶ୍ରୀ ନାୟକ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପରିକି ବ୍ରହ୍ମବରଦା ଫାଣ୍ଡିରେ ମଧ୍ୟ ଅଭିଯୋଗ କରାଯାଇଥିଲା। ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଗୃହ ନିର୍ମାଣ କରିବାକୁ ବାରଣ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ଜୋରଜବରଦସ୍ତ ଗୃହ ନିର୍ମାଣ କରୁଥିବାରୁ ବାଧ୍ୟ ହୋଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ଅଭିଯୋଗପତ୍ର ପ୍ରଦାନ କରି ବେଆଇନ ନିର୍ମାଣକୁ ବନ୍ଦ କରିବା ପାଇଁ ନିବେଦନ କରିଥିଲେ। ଏହି ସ୍ଥାନରେ ଗୃହ ନିର୍ମାଣ ହେଲେ ଗ୍ରାମବାସୀଙ୍କର ବହୁ ଅସୁବିଧା ହେବା ସହ ସୂର୍ଯ୍ୟମଣି ନାୟକ ଘରୁ ବାହାରି ପାରିବେ ନାହିଁ ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top