ଓଡ଼ିଶା

ଗୋଖାସାହି ବାସିନ୍ଦାଙ୍କ ଏସପି ଅଫିସ ଘେରାଉ

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ ପୌରାଚଂଳର ୧ ନମ୍ବର ୱାର୍ଡର ପ୍ରବର୍ତ୍ତନ ମହିଳା କାଉନସିଲର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ ଘଟଣାରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗୋଖାସାହି ବାସିନ୍ଦା, ଜମିବାଡି ବିବାଦ, ଅସମାଜିକ କାର୍ଯ୍ୟାକଳାପକୁ ପ୍ରତିରୋଧ ତଥା ପୁଣି ଦୃର୍ବୃତ ୨ ଟି ବାଇକରେ ଆସି ଶନିବାର ସଂଧ୍ୟାରେ ଦୋକାନ ବନ୍ଦ କରୁଥିବା ବେଳେ ସତ୍ୟଭାମାଙ୍କୁ ୫ ରାଉଣ୍ଡ ଗୁଳିମାଡ କରିଥିଲେ। ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ସତ୍ୟଭାମାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାର ୩ ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ତ ଦୂରର କଥା। ଅପରାଧୀଙ୍କ ସପର୍କରେ ଟେର ପାଇପାରିନାହିଁ। ଗୁଳିମାଡ କରିଥିବା ପୁର୍ବତନ ହୋମଗାର୍ଡ ସର୍ବେଶ୍ୱର ବେହରା, ବିକାଶ ବେହେରା, ଦିବାନା ବେହେରା ଓ ରାକେଶ ମହାନ୍ତିଙ୍କୁ ତୁରନ୍ତ ଗିରଫ ସହ କଠୋର କାର୍ଯ୍ୟାନଷ୍ଠାନ ପାଇଁ ଅଂଚଳବାସୀ ଦାବି କରିଛନ୍ତି। ନଚେତ ସେମାନେ ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top