ଗୋକର୍ଣ୍ଣିକାରେ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ଜୟନ୍ତୀ ପାଳନ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗୋକର୍ଣ୍ରିକା ସାହିତ୍ୟ ସମାଜ ଆନୁକୂଲ୍ୟରେ ‘ସମାଜ’ର ପୂର୍ବତନ ସଂପାଦେକ, ସଚ୍ଚୋଟ ରାଜନୀତିଜ୍ଞ,ନିର୍ଭୀକ,ନିରପେକ୍ଷ ତଥାସତ୍ୟନିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ୧୨୧ ତମ ଜୟନ୍ତୀ ଉସôବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ସମାଜ ପ୍ରତିନିଧି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ ସାହୁ ଓ ମୁଖ୍ୟବକ୍ତା ଭାବେ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଗୌତମ ଜେନା ଯୋଗଦେଇ ପୁଣ୍ୟାତ୍ମା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଯଥାର୍ଥ ପଟ୍ଟଶିଷ୍ୟ ରୂପେ ତାଙ୍କର ମାନସ ସନ୍ତାନ ‘ସମାଜ’ ଖବର କାଗଜକୁ ସମୃଦ୍ଧ କରିବା ପାଇଁ ଡକ୍ଟର ରଥ ତାଙ୍କର ସମଗ୍ର ଜୀବନ ଉସôର୍ଗ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ସଂପାଦକ ସଂଗ୍ରାମ କେଶରୀ ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ହୃଷିକେଶ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତାଭାବେ ବାବା ଭୈରାବାନନ୍ଦ ମହାବିଦ୍ୟାଳୟ ଅଧ୍ୟାପକ ସଂଜୟ କୁମାର ରାୟ,ଉପେନ୍ଦ୍ର ସାରଦା ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ବିଧୁଭୂଷଣ ପଣ୍ଡା,ମଧୁପୁର କଲେଜ ଅଧ୍ୟାପକ ତୁହିନାଂଶ ରଥ,ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଇନ୍ଦୁପ୍ରଭା ସାମଲ, ଶିକ୍ଷକ ସଂଘ ନେତା ସୁନାକର ସାହୁ,ପଣ୍ଡିତ ବ୍ରଜ କିଶୋର ଦାଶ,ଶୁଭସକାଳ ସଂପାଦକ ବ୍ରଜବଂଧୁ ଶତପଥୀ,ଡ.ମହେଶ୍ୱର ଜେନାସାମନ୍ତ,ଅକ୍ଷୟ କୁମାର ଦାଶ ,ସୂର୍ଯ୍ୟାସ୍ତ ସଂପାଦକ ବିବେକାନନ୍ଦ ରାୟ ଯୋଗଦେଇ ଡ.ରାଧାନାଥ ରଥ ‘ସମାଜ’ ମାଧ୍ୟମରେ ରାଜ୍ୟର ସମୃଦ୍ଧ ଓ ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା କରିବା ତାଙ୍କର ଏକମାତ୍ର ଲକ୍ଷ୍ୟଥିଲା ବୋଲି ମତ ପ୍ରକାଶ କରିଥିଲେ । କାହାରି ନିନ୍ଦା,ସମାଲୋଚନା ଓ ଚକ୍ରାନ୍ତକୁ ସେ ଖାତିର କରୁନଥିଲେ । ଡ.ରାଧାଙ୍କ ଇଛାଶକ୍ତି କଠୋର ପରିଶ୍ରମ ସ ନିରବଚ୍ଛିନ୍ନ ସାଧନା ପରିଶ୍ରମ ଓ ନିରବଚ୍ଛିନ୍ନ ସାଧନା ଓ ଦରିଦ୍ର ଜନସାଧାରଣଙ୍କ ପାଇଁ ବ୍ୟାକୁଳତା ଆଦି ସମାଜରେ ବିରଳ ବୋଲି ବକ୍ତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ । ପ୍ରେସକ୍ଳବ ଉପଦେଷ୍ଟା ବଟକୃଷ୍ଣ ପରିଡା, ସଭାପତି ଇନ୍ଦ୍ରମଣି ନାୟକ,ସାଧାରଣ ସଂପାଦକ ପୂର୍ଣର୍ଚନ୍ଦ୍ର ଶତପଥୀ,ଉପସଭାପତି ଗୁଲାମ ଗସ,ଅନିଲ କୁମାର ନାୟକ,ବିକ୍ରମ ମହାନ୍ତି,ସୁକନ୍ୟା ସଭାପତି ଅଜୟ କୁମାର ବାରିକ,ଅନ୍ନପୂର୍ଣର୍ା ମହିଳା ସମିତି ସଭାପେତ୍ରୀ ପ୍ରେମଲତା ଜେନା ପ୍ରମୁଖ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଦେବବ୍ରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *