ଗେଲ ଇଣ୍ଡିଆ ତରଫରୁ ବିଶ୍ୱ ସାଇକେଲ ଦିବସ ପାଳିତ

ଭଦ୍ରକ, ୧୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସୁସ୍ଥ ପରିବେଶ ପାଇଁ ସୁସ୍ଥ ଜୀବନ ହିଁ ସମ୍ଭବ ହୋଇଥାଏ। ସୁସ୍ଥ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଜଳବାୟୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳବାୟୁକୁ ବିଶୁଦ୍ଧ ରଖିବା କ୍ଷେତ୍ରରେ ପେଟ୍ରୋଲିୟମ୍ର ପ୍ରଭାବ କମାଇବା ପାଇଁ ଆଜି ବିଶ୍ୱ ସାଇକେଲ ଦିବସରେ ସାଇକେଲ ଚଳାଇ ଜଳବାୟୁକୁ ବିଶୁଦ୍ଧ ରଖିବା ପାଇଁ ମଞ୍ଚାଶୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ୧ ମାସ ଅବଧିରେ ସମଗ୍ର ବିଶ୍ୱ ସୁସ୍ଥ ଜଳବାୟୁର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଇଥାଏ। ଏହି କ୍ରମରେ ଗେଲ ଇଣ୍ଡିଆ ତରଫରୁ ଭଦ୍ରକ ସହର ସ୍ଥିତ ନେହେରୁ ଷ୍ଟାଡିୟମରୁ ସ୍କୁଲ କଲେଜର ଶତାଧିକ ବିଦ୍ୟାର୍ଥୀଙ୍କୁ ନେଇ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଆଗରେ ସମପ୍ତ ହୋଇଥିଲା। ସେଭ୍ ପେଟ୍ରୋଲ, ସେଭ୍ ନେସନ ସ୍ଳୋଗାନ୍ରେ ସମଗ୍ର ସହର ପ୍ରକମ୍ପିତ ହୋଇଥିଲା। ଉକ୍ତ ସଭାର ମୁଖ୍ୟ ଅତିଥି ଭାବରେ ସମାଜସେବୀ ଡଃ ପ୍ରଦିପ ନାୟକ, ମୁଖ୍ୟବକ୍ତା ଭାବେ ଭଦ୍ରକ ବଡି ବିଲ୍ଡିଂ ଆସୋସିଏସନର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏନ୍.ୱାଇ.ସି.ଏସ୍. ଭଦ୍ରକ ଜିଲ୍ଲା ସଂଯୋଜକ ତଥା ବିଜେପି ଜିଲ୍ଲା ଉପସଭାପତି ଅମ୍ବିକା ପ୍ରସନ୍ନ ଦାସ, ଅନ୍ୟତମ ସମ୍ମାନିତ ଅତିଥି ବିଜେପି ନଗର ସଭାପତି ରଂଜନ ସ୍ୱାଇଁ ଏବଂ ସମାଜସେବୀ ବିଦ୍ୟାଧର ସାହୁ ସଞ୍ଚାଶୀନ ହୋଇଥିବା ବେଳେ ସ୍ୱାଧୀନ ସୁନ୍ଦର ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ସାଇକେଲ ଆରୋହୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସାଇକେଲ ଶୋଭାଯାତ୍ରାକୁ ତପନ ତ୍ରିପାଠୀ, ଚନ୍ଦ୍ର ମୋହନ ମହାପାତ୍ର, ରିତିକ ବାନାର୍ଜୀ, ବୃଷଭାନୁ ସାହୁ, ଦେବାଶିଷ ଭାରତୀ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *