ଗେଡମା ଏ.ଏନ.ଏମଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଧାରଣା

ହାଟଡ଼ିହି, ୧୨/୯ (ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ଉପସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକାଙ୍କ ବଦଳି ଦାବିକରି ଆଜି ୫୦ରୁ ଉର୍ଦ୍ଧ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ଗେଡମା ଓ ଆଇତିପୁର ପଞ୍ଚାୟତର ୧୨ଟି ଗ୍ରାମର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଗେଡମାଠାରେ ଏକ ଉପସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏହାର ଘର ନଥିବାରୁ ପଞ୍ଚାୟତ ବାସୀଙ୍କ ଦାବିପରେ ଏକ ନୁଆଘର ନିର୍ମାଣ କରାଯାଇଥିଲେବି ଏଏନଏମ ଜଣକ ଉକ୍ତ ଘରକୁ ଚାବି ପକାଇ ରଖିଥିବାବେଳେ ସରକାରଙ୍କ ତରଫରୁ ମିଳୁଥିବା ଔଷଧପତ୍ରକୁ ନିଜ ଘରେ ରଖୁଛନ୍ତି । ଏପରିକି ତାଙ୍କ ପାଖକୁ କେହି ଔଷଧ ପାଇଁ ଗଲେ ସେ ଲୋକମାନଙ୍କ ଠାରୁ ଅର୍ଥ ଆଦାୟ କରିବା ସହିତ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରୁଛନ୍ତି । ଫଳରେ ଦୁଇଟି ଯାକ ପଞ୍ଚାୟତର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବାରୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ଗ୍ରାମବାସୀମାନେ ଏନେଇ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ପ୍ରମୁଖଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଆଜି ସୁପ୍ରଭା ଦାସ, ରଞ୍ଜିତା ପାତ୍ର, କାଞ୍ଚନ ପରିଡା, ସବୀତା ସେଠୀ, ଦର୍ଶନ ସେଠୀ, ଲିଲି ଜେନା, ସଞ୍ଜୁକ୍ତା ପେରେଇ, କବିତା ସେଠୀ, ତପସ୍ୱିନୀ ବାରିକ, ରୀନାରାଣୀ ଦାସ, ମୁକ୍ତା କାଣ୍ଡୀ, ଉଷାରାଣୀବାରିକ, ନିଳିମା ବାରିକ, ବାସନ୍ତୀ ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ ମହିଳା ଏହି ଉପକେନ୍ଦ୍ର ଆଗରେ ଧାରଣାରେ ବସିଥିଲେ । ଦୀଘଦିନ ହେଲା ଉକ୍ତ ଉପକେନ୍ଦ୍ରର ତାଲା ଖୋଲୁ ନଥିବାରୁ କଣପାଇଁ ଏହା ନିର୍ମାଣ କରାଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଆସନ୍ତା ୭ଦିନ ମଧ୍ୟରେ ଯଦି ଉକ୍ତ ଏ.ଏନ.ଏମଙ୍କୁ ଏଠାରୁ ବଦଳି ନକରାଯାଏ ତେବେ ଗ୍ରାମବାସୀମାନେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଏଏନଏମ ମନୋରମା ଦାଶଙ୍କୁ ପଚାରିବାରେ ସେ ଏହାକୁ ଅସ୍ୱୀକାର କରିବା ସହ କିଛି ଗ୍ରାମବାସୀଙ୍କ ଚକ୍ରାନ୍ତ ବୋଲି କହିଛନ୍ତି । ସେ ଦୁଇମାସ ତଳେ ଘରଟି ତାଙ୍କୁ ହସ୍ତାନ୍ତର କରାଯାଇଥିବାବେଳେସେ ପ୍ରତି ସୋମବାର ଉକ୍ତ କେନ୍ଦ୍ରକୁ ଯାଇ ସ୍ୱାସ୍ତ୍ୟସେବା ଯୋଗାଇ ଥାନାନ୍ତି ଓ ଅନ୍ୟ ଦିନମାନଙ୍କରେ ସେ ବିଭିନ୍ନ ଗାଁକୁ ଯାଇ କର୍ତ୍ତ୍ୟବ୍ୟ ସମ୍ପାଦାନ କରୁଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *