ଗେଙ୍ଗୁଟୀରୁ ବୃଦ୍ଧାଙ୍କ ଶବ ଉଦ୍ଧାର

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ବାହାରବିଲ ଗ୍ରାମର ମଙ୍ଗରାଜ ଯେନାଙ୍କ ପତ୍ନୀ ହାରାମଣି ଯେନା (୭୩)ଙ୍କ ମୃତ ଦେହ ଆଜି ପୂର୍ବାହ୍ନରେ ଗେଙ୍ଗୁଟୀ ନଦୀରୁ ଉଦ୍ଧାର ହୋଇଛି। ହାରାମଣି ସକାଳେ ଶୈଚ ହେବାକୁ ଗେଙ୍ଗୁଟୀ ନଦୀରୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଫେରିବା ବିଳମ୍ବ ଯୋଗୁଁ ପରିବାର ଲୋକ ଖୋଜା ଖୋଜି କରିଥିଲେ। ପରେ ବାହାରବିଲର ସୁଇଚ ଗେଟ୍ ନିକଟରେ ହାରାମଣିଙ୍କ ମୃତ ଶରୀର ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ପରେ ଧାମନଗର ଦମକଳ ବାହିନୀ ଘଟଣାସ୍ଥଳେ ପହଞ୍ଚି ନଦୀରୁ ଶବ ଉଦ୍ଧାର କରିଥିବା ବେଳେ ଧୁଷୁରୀ ପୁଲିସ ଶବ ଜବତ କରି ଥାନାରେ ଏକ ଅପମୃତ୍ୟୁ ମାମଲା ୨୩/୧୮ ରୁଜୁ କରିଛି।

Leave a Reply

Your email address will not be published. Required fields are marked *