ଗୃହରକ୍ଷୀଙ୍କ ଦାବି ପୁରଣ ନ ହେଲେ ଜାନୁୟାରୀ ୧୫ରୁ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଅନିର୍ଦ୍ଦଷ୍ଟକାଳପାଇଁ ଧାରଣା ଦେବେ

ଭୁବନେଶ୍ୱର ୦୬/୦୧ (ଓଡ଼ିଆ ପୁଅ) ରାଜ୍ୟ ସରକାର, ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଗତ ୧ତାରିଖରେ ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ର୍ନିଦ୍ଧାରଣ କରିଛନ୍ତି।। ଗୃହରକ୍ଷୀମାନଙ୍କୁ ୬୦ଟଙ୍କା ବୃଦ୍ଧି କରି ଦୈନିକ ୩୦୦ଟଙ୍କା ଭତ୍ତା ୮ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ କାମ କରିବାପାଇଁ ଦେବାର ସରକାରଙ୍କ ବିଜ୍ଞପ୍ତି ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ଅଭିଯୋଗ କରିଛି ରାଜ୍ୟ ଗୃହରକ୍ଷୀ ମହାସଂଘ। ଏହି ମର୍ମରେ ରାଜ୍ୟସରକାରଙ୍କୁ ଏକ ସ୍ମାରକପତ୍ର ଦେଇ ତୁରନ୍ତ ଭର୍ତ୍ତାବୃଦ୍ଧି ପ୍ରସଙ୍ଗରେ ସରକାର ତାଙ୍କ ନିସ୍ପତିକୁ ପୂର୍ନବିଚାର କରିବାକୁ ସଂଘ ନିବେଦନ କରିଛି ଏବଂ ରାଜ୍ୟସରକାର ଆସନ୍ତା ୧୩ତାରିଖ ମଧ୍ୟରେ କୌଣସି ନିସ୍ପତ୍ତି ନ ନେଲେ ଜାନୁୟାରୀ ୧୫ ତାରିଖରୁ ରାଜ୍ୟର ସମସ୍ତ ୧୮୦୦୦ ଗୃହରକ୍ଷୀ ସାମୁହିକ ଛୁଟି ନେଇ ସପରିବାରେ ବିଧାନସଭା ସମ୍ମୁଖରେ ଅର୍ନିଦ୍ଧିଷ୍ଟ କାଳପାଇଁ ଧାରଣାରେ ବସିବେବୋଲି ଚେତାବନୀ ଦିଆଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ଉପେନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ସମ୍ପାଦକ ଶ୍ରୀ ନିରଞ୍ଜନ ସେନାପତି ସୂଚନା ଦେଇ କହିଛନ୍ତି ଯେ, ମାନ୍ୟବର ସୁପ୍ରିମ୍କୋର୍ଟ ଗତବର୍ଷ କଣ୍ଟେମ୍ପଟ୍ କେସ୍ ନଂମ୍ବର ୬୯୯-୭୦୦/୨୦୧୫ (ସିଭିଲ୍ ଅପିଲ୍ ନଂ – ୨୭୮୨-୨୭୮୩/୨୦୧୫) ମାମଲାରେ ତା ୦୪. ମେ ୨୦୧୬ରିଖ ଦିନ ମାନ୍ୟବର ଜଷ୍ଟିସ୍ ମଦନ ବି. ଲୋକଉର ଏବଂ ଜଷ୍ଟିସ୍ ଏନ.ଭି. ରମଣାଙ୍କ ଇଜାଲସ୍ରେ ଶୁଣାଣି ହୋଇ ରାୟରେ ସ୍ପଷ୍ଟ ଭାବେ ପ୍ରକାଶ କରି ଉଲ୍ଲେଖ କରିଛନ୍ତି ଯେ, ସର୍ବନିମ୍ନ ଦେୟ ଅର୍ଥାତ୍ “ବେଶିକ୍ ପେ + ଗ୍ରେଡ଼ ପେ + ଡ଼ି.ଏ. + ୱାସିଂ ଆଲାଉନ୍ସ” କୁ ହିସାବକୁ ନେଇ ଦୈନିକ ହିସାବରେ ଦିଆଯିବ।

Leave a Reply

Your email address will not be published. Required fields are marked *