ଗୃହରକ୍ଷୀଙ୍କ କ୍ଷେତ୍ରରେ ସର୍ବନିମ୍ନ ଦେୟ ପାଇଁ ସରକାରଙ୍କ ଅବମାନନା

ଭୁବନେଶ୍ୱର ତା୦୪.୦୧.୨୦୧୮ରିଖ ରାଜ୍ୟସରକାର ଗତ ୧ତାରିଖ ଦିନ ଗୃହରକ୍ଷୀମାନଙ୍କର ଭତାକୁ ୬୦ ଟଙ୍କାକୁ ବୃଦ୍ଧି କରି ସମୁଦାୟ ଦୈନିକ ୩୦୦ଟଙ୍କା ପାଇବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣାକୁ ନେଇ ଗୃହରକ୍ଷୀମାନଙ୍କ ମଧ୍ୟରେ ତିବ୍ର ଅସୋନ୍ତଷ ପ୍ରକାଶ ପାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ତା୧୧.୦୭.୨୦୧୬ରିଖ ଦିନ ରାଜ୍ୟ ସରକାର ମାନ୍ୟବର ସୁପ୍ରମ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଗୃହରକ୍ଷୀମାନଙ୍କର କାର୍ଯ୍ୟକୁ କନେଷ୍ଟବଳଙ୍କ ସହ ସମାନ ବୋଲି ଘୋଷଣା କରି କନେଷ୍ଟବଳଙ୍କର ସର୍ବନିମ୍ନ ବେତନ ହାର ଅନୁଯାୟୀ ହିସାବ କରି ଭୁଲ କ୍ରମେ ମହଙ୍ଗା ଭତାକୁ ନମିଶାଇ ମାତ୍ର ୨୦ଟଙ୍କା ବୃଦ୍ଧି କରି ଦୈନିକ ୨୨୦ଟଙ୍କା ବଦଳରେ ୨୪୦ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହି ଆଦେଶ ପତ୍ରରେ ମହଙ୍ଗା ଭତା ମିଶାଇ ନଥିବାଯୋଗୁଁ ତୀବ୍ର ଅସନ୍ତୋଷ ଏବଂ ଆନ୍ଦୋଳନ ଜାରି ରହିଥିବା ବେଳେ ଗତ ୧ତାରିଖଦିନ ରାଜ୍ୟ ସରକାର ପୁନର୍ବାର ୬୦ଟଙ୍କା ବୃଦ୍ଧି କରି ଦୈନିକ ୩୦୦ଟଙ୍କା ଦେବା ନିମନ୍ତେ ଆଦେଶ ପତ୍ରରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦଶେକୁ ସମ୍ପୂର୍ଣ୍ଣ ରୂପେ ବାଦ ଦେଇ ବର୍ତମାନ କନେଷ୍ଟବଳଙ୍କର ସପ୍ତମ ବେତନ କମିଶନ ଅନୁଯାୟୀ ପାଉଥିବା ମୂଳବେତନ ୨୧ହଜାର କୁ ହିସାବକୁ ନନେଇ ମାତ୍ର ୬୦ଟଙ୍କା ବଢ଼ାଇବା ଏକ ଅଯୁକ୍ତିକ କାର୍ଯ୍ୟ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି। ରାଜ୍ୟ ସରକାରଙ୍କର ଏଭଳି ଗୃହରକ୍ଷୀ ମାରଣା ନିତିକୁ ତିବ୍ର ବିରୋଧ କରି ରାଜ୍ୟ ଗୃହରକ୍ଷୀ ମହାସଂଘର ସଭାପତି ଶ୍ରୀ ଉପେନ୍ଦ୍ର ମହାପାତ୍ର ଆଗାମୀ ଦିନରେ ସମସ୍ତ ୧୮୦୦୦ ଗୃହରକ୍ଷୀ ମାନଙ୍କୁ ପରିବାର ସହିତ ବିଧାନ ସଭା ସମ୍ମୁଖରେ ଆନ୍ଦୋଳନରେ ବସିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସଂଘର ଆଇନ ପରାମର୍ଶ ଦାତା ତଥା ଆଇନଜୀବି ଶ୍ରୀ ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ ରାଜ୍ୟସରକାରଙ୍କ ଦ୍ୱାରା ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଲାଗୁ କରିସାରିବା ପରେ ପୁନର୍ବାର ଏହାକୁ ଅବମାନନା କରିବା ଏକ ଅସମ୍ବିଧାନିକ କାର୍ଯ୍ୟ ବୋଲି କହିଛନ୍ତି ଏବଂ ଗରୀବ ଗୃହରକ୍ଷୀମାନେ ସରକାରଙ୍କର ଏ ଭୁଲ ପାଇଁ ଯଦି ରାଜ ରାସ୍ତାରେ ଆସି ବସି ହଇରାଣ ହରକତ ଏବଂ ଖର୍ଚ୍ଚାନ୍ତ ହୁଅନ୍ତି ତାହେଲେ ସରକାର ତାଙ୍କୁ କ୍ଷତି ପୂରଣ ବାବଦକୁ ମୁଣ୍ଡ ପିଛା ୫ହଜାର ଟଙ୍କା ଦବାକୁ ଦାବି କରିଛନ୍ତି। ଏବଂ ଗୃହରକ୍ଷୀମାନେ ଉଚିତ୍ ପ୍ରାପ୍ୟ ନପାଇ ତାଙ୍କର ଜୀବନ ଜୀବିକା ଏବଂ ବଂଚିବାର ଅଧିକାର କ୍ଷତିଗ୍ରସ୍ତ ହେଉଥିବା ବେଳେ, ଏହି ସମୟରେ ଗତ କାଲି ଡି.ଜି ଗୃହରକ୍ଷୀ ମହୋଦୟ ଗୃହରକ୍ଷୀମାନଙ୍କୁ ଚିକଣ ସୁନ୍ଦର କରିବା ସହିତ ସେମାନେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଆସୁଥିଲାବେଳେ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇବା ଏକ ହାସ୍ୟସ୍ପଦ କଥା ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *