ଓଡ଼ିଶା

ଗୃହନିର୍ମାଣ ବିଭାଗ ସଚୀବଙ୍କୁ ଦୁର୍ନିତୀ ନିବାରଣ ମଞ୍ଚର ଦାବି ଦୁର୍ନିତୀଖୋର ଅଧିକାରୀଙ୍କୁ ବହିଷ୍କାର କରାଯାଉ

ରାଉରକେଲା ୩-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ସୋରେଜ ବୋର୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁର୍ନିତୀଖୋର ଅଧିକାରୀଙ୍କୁ ବହିଷ୍କାର କରିବା ପାଇଁ ଦୁର୍ନିତୀ ନିବାରଣ ମଞ୍ଚ ପକ୍ଷରୁ ରାଜ୍ୟ ଗୃହନିର୍ମାଣ ବିଭାଗ ସଚୀବଙ୍କ ନିକଟରେ ତଥ୍ୟ ସମ୍ବଳିତ ଦାବି ଉପସ୍ଥାପନ କରାଯାଇଛି। ଶିଳ୍ପସମୃଦ୍ଧ ସୁନ୍ଦରଗଡ ଜିଲ୍ଲାର ଲାଇଫଲାଇନ ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଅମୃତ ଯୋଜନା ମାଧ୍ୟମରେ ପ୍ରାଥମିକ ସ୍ତରରେ ୩୪୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ସୋରେଜ କାମ ଆରମ୍ଭ କରାଯାଇଛି। ସେହିଭଳି ସମାନ୍ତରାଳ ଭାବେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମଧ୍ୟ ଇସ୍ପାତ ସହରାଞ୍ଚଳ ଓ କାରଖାନାର ବର୍ଜ୍ୟଜଳ ବିଷୋଧନ ପାଇଁ ସୋରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ କରାଯାଇଛି। ଗୋଟିଏ ପଟେ ଆରଏସପି ପକ୍ଷରୁ ଦୃତଗତି ସହିତ ସୁଦ୍ଦୃଢ କାମ କରାଯାଉଥିବାବେଳେ ଅପରପକ୍ଷେ, ଗତବର୍ଷ ଜାନୁଆରୀ ମାସରୁ ସୋରେଜ ବୋର୍ଡ ପକ୍ଷରୁ ସହରର ବର୍ଜ୍ୟଜଳ ବିଶୋଧନ କରି ନଦୀରେ ଛାଡିବା ପାଇଁ କରାଯାଉଥିବା ପ୍ରକଳ୍ପର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩ ବର୍ଷ ମଧ୍ୟରେ ସହରର ବାଲୁଘାଟ ଓ କୋଏଲ ନଗର ଠାରେ ୨ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ସମଗ୍ର ସହରରେ ପ୍ରତି ଘରକୁ ଭୂତଳ ପାଇପ ସଂଯୋଗ କରିବା ପାଇଁ ସରକାର ଏଲଏଣ୍ଡଟି କମ୍ପାନୀକୁ ଠିକା ଦେଇଛନ୍ତି। ତେବେ ଇତିମଧ୍ୟରେ ପ୍ରାୟ ବର୍ଷେ ବିତିସାରିଲାଣି ହେଲେ ମନ୍ଥର ଗତିରେ କାମ, ଅନୁଭୁତି ବିହୀନ ପରିଚାଳନା ଓ ଯନ୍ତ୍ରୀଙ୍କ ମାତ୍ରାଧିକ ପିସି ମୋହ ଯୋଗୁ ସାଧାରଣରେ ଦୈନିକ ଦଣ୍ଡ ପାଉଥିବା ବେଳେ ଠିକାଦାର ତଣ୍ଡ ଗଣିବା କେବଳ ସାର ହେଉଛି। ମହାନଗର ନିଗମ ଅନ୍ତର୍ଗତ ଉଦିତନଗର, ବାସନ୍ତିକଲୋନି, କଳିଂଗ ବିହାର, ଓରାମପଡା ଓ ପାୱାର ହାଉସ ରୋଡ ଆଦି ସ୍ଥାନରେ ଭୂତଳ ପାଇପ ସଂଯୋଗ କାମ କରାଯାଉଥିବା ବେଳେ ବାକି ଥିବା ପ୍ରାୟ ୯୫ ପ୍ରତିଶତ ଅଞ୍ଚଳରେ ଆଗାମୀ ୨ ବର୍ଷ ମଧ୍ୟରେ କାମ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। ଦୁର୍ନିତୀ ନିବାରଣ ମଞ୍ଚର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜିବୀ ଜେ.ବି ଷଡଗିଂଙ୍କ ତଥ୍ୟଭିତ୍ତିକ ଅଭିଯୋଗ ଅନୁଯାୟୀ ସୋରେଜ ବୋର୍ଡ କାର୍ଯ୍ୟାଳୟ ପରିସରରେ ଜନୈକ ବହିଷ୍କୃତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ଜେନାଙ୍କୁ ସପରିବାର ରହିବା ପାଇଁ ବେଆଇନ ଭାବେ ଘର ନିର୍ମାଣ କରାଯାଇ ଚୋରା ବିଦ୍ୟୁତ ସଂଯୋଗ ଦିଆଯାଇଛି।। ଏହି କାର୍ଯ୍ୟାଳୟ ପରିସରରେ ଜନସ୍ୱାସ୍ଥ୍ୟ ବିଭାଗର ଏକ ପାଣି ଟାଙ୍କି ଥିବାବେଳେ ଏଠାରୁ ସିଭିଲ ଟାଉନ ଅଞ୍ଚଳକୁ ଦୈନିକ ପାନୀୟ ଜଳଯୋଗାଣ କରାଯାଇଥାଏ। ସାଧାରଣତଃ ପାଣିଟାଙ୍କି ଥିବା ଅଞ୍ଚଳକୁ ଅନଧିକାର ପ୍ରବେଶ ନିଶେଧ କରାଯାଇଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ କୈାଣସି ଗୁରୁତ୍ୱପୂର୍ଣ୍ଣ ଅଘଟଣକୁ ଯେ ଅମନ୍ତ୍ରଣ ନକରିବ ତାହା, କିଏ କହିବ। ସୋରେଜ ବୋର୍ଡ କାର୍ଯ୍ୟାଳୟ ପରିସରରେ ଏକ ବାତାନୁକୁଳ ଗେଷ୍ଟ ହାଉସ ନିର୍ମାଣ କରାଯାଇଛି ଯାହାକୁ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀ ଗତ ୨ ବର୍ଷ ହେବ ଜବରଦଖଲରେ ରଖିଛନ୍ତି। ଗୋଟିଏ ପଟେ ସରକାରଙ୍କ ଠାରୁ ଘରଭଡା ବାବଦରେ ଶ୍ରୀ ସେଠୀ ଅର୍ଥ ନେଉଥିଲେ ହେଁ ସଞ୍ଜ ନଇଁଲେ ସରକାରୀ ବାତାନୁକୁଳ ଗେଷ୍ଟ ହାଉସରେ ଠିକାଦାର ଓ କିଛି ଚାଟୁକାରଙ୍କୁ ଧରି ଅନୈତିକ କାରବାର କରିବାର ନଜିର ମଧ୍ୟ ରହିଛି। ଏଠାରେ ପ୍ରକାଶ ଥାଉକି, , ରାଜ୍ୟ ଗୃହନିର୍ମାଣ ବିଭାଗ ଗତ ୦୩/୦୯/୨୦୧୬ରେ ଚିଠି ସଂଖ୍ୟା ୨୧୨୮୮ ରେ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀଙ୍କୁ ବିଭାଗୀୟ ସଚିବ ଖଣ୍ଡପଡାକୁ ବଦଳି ନିର୍ଦ୍ଦେଶ ଦେଇଥିଲେ ହେଁ ଅଦ୍ୟାବଧି ତାହା ପାଳନ କରାନଯାଇ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବା ବିଦ୍ଧିବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ବିଭାଗୀୟ ସଚୀବଙ୍କ ନିର୍ଦ୍ଦେଶକୁ କାର୍ଯ୍ୟନିର୍ବାହି ଅଧିକାରୀ କରୁଣାକର ଘଡାଇ ପାଳନ ନକରିବା ପଛରେ କଣ ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ। କେବଳ ସେତିକି ନୁହେଁ ଭିଜିଲାନ୍ସ ବିଭାଗ ନଜର ଆଢୁଆଳରେ ପିସି କାରବାରକୁ ଜାରୀ ରଖିବା ପାଇଁ ବହିଷ୍କୃତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ଜେନା ଓ ଜନୈକ ଟ୍ରାକ୍ଟର ମାଲିକଙ୍କୁ ନିଯୋଜିତ କରାଯାଇ ଠିକାଦାର ମାନଙ୍କୁ ଶୋଷଣ କରାଯାଉଛି। ଏଣୁ ଉକ୍ତ ଟ୍ରାକ୍ଟର ମାଲିକ ନିଜ ଟ୍ରାକ୍ଟରକୁ କାର୍ଯ୍ୟାଳୟ ପରିସରରେ ପାର୍କିଂ ମଧ୍ୟ କରିଥାନ୍ତି ଯାହା ସମ୍ପୂର୍ଣ୍ଣ ବେଆଇନ। ଜନସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ସୋରେଜ ବୋର୍ଡ କାର୍ଯ୍ୟାଳୟକୁ ୨୦୧୭ ରେ ୧୨ ଲକ୍ଷ ୧୦ ହଜାର ୮୩୪ ଟଙ୍କା ବ୍ୟୟରେ ନବୀକରଣ କରାଯାଇଥିଲା। ସୋରେଜ ବିଭାଗକୁ ହସ୍ଥାନ୍ତର ପୂର୍ବରୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ନିୟମିତ କାର୍ଯ୍ୟାଳୟ ଚାଲୁଥିଲାବେଳେ କାହା ସ୍ୱାର୍ଥରେ ବ୍ୟୟବହୁଳ ନବୀକରଣ ନାମରେ ହରିଲୁଟର ସୁଯୋଗ ସୃଷ୍ଟି କରାଗଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ନବୀକରଣ ପୂର୍ବରୁ ଉକ୍ତ କାର୍ଯ୍ୟାଳୟରେ ପ୍ରାୟ ୧୦ଟି ଦୁଆର ଓ ବନ୍ଧ, ମୁଖ୍ୟ ପ୍ରବେଶରେ ଥିବା ୨ଟି ଗ୍ରୀଲ, ୧୪ଟି ଝରକା, ୨୦ଟି ଚୈାକି, ୮ଟି ଟେବୁଲ, ୮ଟି ଫ୍ୟାନ ସହିତ ଅନେକ ଉପକରଣ ଥିଲା। ତେବେ ନବୀକରଣରେ ସମସ୍ତ ଜିନିଷ ନୂଆ କିଣା ଯାଇଥିବାବେଳେ ପୁରୁଣା ଜିନିଷ କୁଆଡେ ଗଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେଲେ ଅନେକ ଗୁମର ଫିଟିବ। ସେହିଭଳି ମୁଖ୍ୟମନ୍ତ୍ରୀ ଘୃଣା କରୁଥିବା ପିସି କାରବାର ରାଉରକେଲା କାର୍ଯ୍ୟାଳୟରୁ ଭୁବନେଶ୍ୱର ପ୍ରମୁଖଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ସାଧାରଣରେ ପ୍ରଶାସନିକ ବିଦ୍ଧିବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ। ଅଧିକାରୀଙ୍କ ମାତ୍ରାଧିକ ପିସି ମୋହ ଯୋଗୁ ବିଗତ ଦିନରେ ଜନୈକ ଠିକାଦାର ଅରୁଣ ମିଶ୍ରା ବାରମ୍ବାର ଅଧିକାରୀଙ୍କୁ ବିଲ ପାଇଁ ଦୈାଡି ଦୈାଡି ନୟାନ୍ତ ହେବା ପରେ ଶେଷରେ ଆତ୍ମହତ୍ୟାର ବାଟ ବାଛି ନେବା ଏକ ସଭ୍ୟ ସମାଜ ପାଇଁ ଲଜ୍ୟା କହିଲେ ଅତ୍ୱିକ୍ତି ହେବ ନାହିଁ। ଏହା କେବଳ ଜଣେ ଠିକାଦାର ଆତ୍ମହତ୍ୟା ଉଦ୍ୟମ କରିବାରୁ କଥା ପଦାକୁ ଆସିଥିଲା ତେବେ ଅଧିକାରୀଙ୍କ ଆବଶ୍ୟକତାକୁ ସଠିକ ଭାବେ ପୁରଣ ନକଲେ ବିଲ ପାସ ହୁଏ ନାହିଁ କାରଣ ଏହି ପିସିର ଏକ ସିଂହ ଭାଗ ରାଜଧାନୀ ଭୁବନେଶ୍ୱରର ପ୍ରମୁଖଙ୍କ ପାଖକୁ ଯାଉଥିବା ଖୋଦ ବିଭାଗୀୟ ଯନ୍ତ୍ରୀ ମାନେ ଖୁଲ୍ଳମଖୁଲ୍ଲା କହିବୁଲୁଛନ୍ତି। ଯଦି ରାଉରକେଲା ସୋରେଜ ବୋର୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଖୋଲାଖୋଲି ପିସିର ଭାଗ ବଣ୍ଟା ନେଇ କରୁଥିବା ଚର୍ଚ୍ଚା ସତ ହୋଇଥାଏ, ତେବେ ସାଂଘାତିକ ନିଶ୍ଚୟ। ରାଉରକେଲା ସୋରେଜ ବୋର୍ଡ କାର୍ଯ୍ୟାଳୟରେ ଚାଲିଥିବା ବିଭିନ୍ନ ଅନିୟମିତତା ସମ୍ପର୍କରେ ଅନେକ ଥର ଲିଖିତଭାବେ ମେମ୍ବର ସେକ୍ରେଟାରୀଙ୍କୁ ଅବଗତ କରାଯାଇଥିଲେ ହେଁ ଦୁର୍ନିତୀଖୋର ଅଧିକାରଙ୍କୁ ଏଠାରୁ ବିଦା କରିବା ପରିବର୍ତ୍ତେ ଅତିରିକ୍ତ ଦାୟୀତ୍ୱ ଦେଇ ଥଇଥାନ କରିବା ଯୋଜନା ପ୍ରକଳ୍ପର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଅନୁସଂନ୍ଧାନ ପୂର୍ବକ ଦୃଢ ପଦକ୍ଷେପ ନେବାକୁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top