ଗୁହାଳ ଘର ଭାଙ୍ଗି ତିନି ଗୋରୁ ଆହତ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତ ମଣିନାଥପୁର ଗ୍ରାମରେ ଗତ କାଲି ରାତିରେ ଗୁହାଳ ଘର ଭାଙ୍ଗିଯିବାରୁ ୩ ଗୋରୁ ଗୁରୁତର ଆହତ ହୋଇଥିବା ବେଳେ ଗୋଟିଏ ଗାଈ ମଧ୍ୟ ମୃତ୍ୟୁ ବରଣ କରିଛି। ଲଗାଣ ବର୍ଷା ଯୋଗୁ ଗ୍ରାମର ଅନାଦି ଦାସଙ୍କ ଗୁହାଳ ଘର ଭାଙ୍ଗି ଯାଇଥିବା ବେଳେ ଗୋରୁ ଗୁଡ଼ିକ ଆହତ ହୋଇଥିଲେ। ଗ୍ରାମବାସୀ ମାନଙ୍କ ଦ୍ୱାରା ଗାଈ ଓ ବଳଦଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଗାଈର ସୋଚନୀୟ ମୃତ୍ୟୁ ଘଟିଥିଲା। ଏ ବାବଦରେ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଖବର ପାଇବା ପରେ ବ୍ଲକ ପଶୁ ଚିକିତ୍ସା ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇ ଥିଲେ। ଚିକିତ୍ସା ଅଧିକାରୀ ଗ୍ରାମରେ ପହଁଚି ଆହତ ଗୋରୁ ଗୁଡ଼ିଙ୍କୁ ଚିକିତ୍ସା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *