ଗୁଳି ବିନିମୟ ନାମରେ ହତ୍ୟାର ପ୍ରତିବାଦ: ଜୁନ ୪ରେ ମାଓବାଦୀଙ୍କ ଓଡିଶା ବନ୍ଦ ଡାକରା

ରାୟଗଡା, ୩।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) – ଗତ ୧୨ ତାରିଖରେ ମିଛ ଗୁଳି ବିନିମୟ ନାମରେ ବିପ୍ଳବୀଙ୍କୁ ହତ୍ୟା କରାଯାଇଛି। ସିଆରପିଏଫ ଓ ଏସଓଜି ଜବାନଙ୍କ ଦ୍ୱାରା ଓଡିଶା ରାଜ୍ୟ କମିଟିର ସଦସ୍ୟଙ୍କୁ ଧରି ଜଙ୍ଗଲ ଭିତରେ ହତ୍ୟା କରାଯାଇଛି। ଏହାକୁ ପ୍ରତିବାଦ କରି ଜୁନ ୪ତରିଖରେ ସାରା ଓଡିଶାକୁ ବନ୍ଦ ରଖିବାକୁ ଭାରତ କମ୍ୟୁନିଷ୍ଟ ପାର୍ଟୀ ମାଓବାଦୀ ସଙ୍ଗଠନର ଓଡିଶା ରାଜ୍ୟ କମିଟିର ପ୍ରବକ୍ତା ଚକ୍ର ବିଶୋଇ ଆହ୍ୱାନ ଦେଇଛନ୍ତି। ପ୍ରବକ୍ତା ବିଶୋଇ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତିଯେ, ବଲାଙ୍ଗିର ଏବଂ କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ନାମରେ ବର୍ଷବର୍ଷ ଧରି ଜନଆନ୍ଦୋଳନ ଚଳାଇଥିବା କେତେକ କମ୍ରେଡ ଓ ସେବକଙ୍କୁ ଯବାନମାନେ ମେ ୧୨ ତାରିଖରେ ଧରିନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରିଦେଇଥିଲେ। ସେହିପରି ୧୩ ତାରିଖରେ ତୁକକିମାଲ ଜଙ୍ଗଲ ଭିତରେ କମ୍ରେଡ ସଂଞ୍ଜିବ ଓ ରାକେଶଙ୍କୁ ଧରି ନିର୍ମମ ହତ୍ୟା କାରାଯାଇଥିଲା। ସଙ୍ଘର୍ଷରତ୍ତ ଜନତା ଓ ମାଓବାଦୀ ପାର୍ଟୀର ନେତୃତ୍ୱ ଉପରେ ବର୍ଷବର୍ଷ ଧରି ଅତ୍ୟାଚାର କରାଯାଉଛି। ଜନ ଆନ୍ଦୋଳନକୁ ଭଣ୍ଡୁର କରିବାକୁ କେନ୍ଦ୍ର ସରାକର ସିଆରପିଏଫ ଓ ରାଜ୍ୟ ସରକାର ଏସଓଜି ଜବାନଙ୍କୁ ନିୟୋଜିତ କରିଛନ୍ତି। ତେବେ ଏହି ନିର୍ମମ ହତ୍ୟାକୁ ବିରୋଧ କରିବାସହ ସର୍ବଦା ଜନତାଙ୍କ ପାଇଁ ଲଢ଼େଇ ଜାରି ରଖିଥିବା ସହିଦ କମ୍ରେଡ ଓ ସେବକଙ୍କୁ ସମ୍ମାନ ଦେବାପାଇଁ ଏହି ବନ୍ଦକୁ ସଫଳ କରିବାକୁ ପ୍ରବକ୍ତା ଚକ୍ର ବିଶୋଇ ଚିଠି ଜରିଆରେ ଜନସାଧାରଣକୁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *