ad
କେନ୍ଦ୍ରାପଡ଼ା

ଗୁଲନଗର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

କେନ୍ଦ୍ରାପଡା ୧୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଲେଶ୍ୱର ପଂଚାୟତର ଗରାପୁର କୋଠିଛକ ନିକଟରେ ଥିବା ଗୁଲନଗର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ସମବାୟ ସମିତିର ସଭାପତି ବିଷ୍ଣୁ ଚରଣ ମହାପାତ୍ର ଯୋଗଦେଇ ଧାନମଣ୍ଡି ଉଦଘାଟନ କରିଥିଲେ। ଏହି ଉତ୍ସବରେ ସମବାୟ ସମିତିର ଉପ ସଭାପତି ମମତା ସ୍ୱାଇଁ, ନିର୍ଦେଶକ ଜ୍ଞାନରଞ୍ଜନ ମହାନ୍ତି, ଖଗେଶ୍ବର ସାହୁ(ବାବୁନା), ଛବିନ୍ଦ୍ର ରାଉଳ, ରମାକାନ୍ତ ମହାପାତ୍ର, ବିପିନ ବିହାରି ପରିଡା, ଅନନ୍ତ ଚରଣ ଲେଙ୍କା, ଧିରେନ୍ଦ୍ର ନାଥ ନାୟକ, ବନୁ ସେଠୀ, ମୁରଲିଧର ପଲେଇ, ମନୀନ୍ଦ୍ର କୁମାର ରାଉତ, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି, ସମିତିର ସମ୍ପାଦକ ନୃସିଂହ ଚରଣ ଦାସ, ଚାଷୀ କମିଟି ସଦସ୍ୟ ଗୋବର୍ଦ୍ଧନମହାନ୍ତି, ଶୈଳେନ୍ଦ୍ର କୁମାର ସ୍ୱାଇଁ, ଅର୍ଜ୍ଜୁନୀ ଚରଣ ଦାସ, ରାମଚନ୍ଦ୍ର ସାହୁ, ଗୈାରହରି ସାହୁ, ହରିହର ରଥ ଓ ହନୁମାନ ରାଇସମିଲର ପ୍ରୋପାଇଟର ପ୍ରହଲ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ୧୨ ଜଣ ଚାଷୀ ମୋଟ୍ଟ ୨୮୯ କ୍ୱିଂଟାଲ ଧାନ ଏହି ମଣ୍ଡିରେ ବିକ୍ରୀ କରିଥିବା ସମିତିର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top