ଜିଲ୍ଲା ପରିକ୍ରମା

ଗୁରୁପ୍ରୀୟା ସେତୁ ପାଇଁ ବିଛିନ୍ନାଚଂଳ ବାସୀ ବନ୍ୟାରେ ପ୍ରଭାବିତ ହେଲେ,ବିଛିନ୍ନାଚଂଳ ବାସୀଙ୍କୁ ସହାୟତା ଯୋଗାଇ ଦିଆ ଯାଉ ,ମାଓନେତା କୈଳାଶ

ମାଲାକନଗିରି,୨୪ା୯ (ଓଡିଆ ପୁଅ ) ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ମାଓନେତା କୈଳାଶ ଜାରି କରିଛନ୍ତି ଅଡିଓଟେପ,ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ବିଛିନ୍ନାଚଂଳବାସୀ ବନ୍ୟାରେ ପ୍ରଭାବିତ ହୋଇ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ବନ୍ୟାପରିସ୍ଥିତି ଗୁରୁପ୍ରୀୟା ସେତୁ ପାଇଁ ହୋଇଛି ।ଗୁରୁପ୍ରୀୟା ସେତୁ ପାଇଁ ଉଭୟ ପାଶ୍ୱର୍ରେ ନଦୀରେ ପୋଲହୋଇ  ରାସ୍ତା ହୋଇ ଜଳସ୍ରୋତକୁ ବନ୍ଦ କରିଦେଇଥିବାରୁ ବିଛିନ୍ନାଚଂଳର ଗ୍ରାମ ଗୁଡିକଭିତରକୁ ପାଣିପସି ବନ୍ୟାପରିସ୍ଥିତି ସୃଷ୍ଟିହୋଇଛି । ଏହି ବନ୍ୟାରେ ଶହଶହଗ୍ରାମ ବୁଡି ଯିବାସହିତ ହଜାରହଜାର ହେକ୍ଟର ଫସଲ ପାଣିରେ ପଚି ନଷ୍ଟ ହୋଇ ଯାଇଛି । ବିଛିନ୍ନାଚଂଳ ବାସୀଙ୍କ ବିକାଶ ନାମରେ ସରକାର ସର୍ବନାଶ କରୁଛି । ତୁରନ୍ତ ଜିଲ୍ଲାପ୍ରଶାନ ଓ ରାଜ୍ୟସରକାର ବିଛିନ୍ନାଚଂଳ ବାସୀଙ୍କୁ ସହାୟତା ଯୋଗାଇ ନ ଦଲେ ଆଗାମିଦିନରେ ମାଓସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବା ବୋଲି ମାଓନେତା କୈଳାଶ ଅଡିଓ ଟେପ ମାଧ୍ୟମରେ ଗଣମାଧ୍ୟକୁ ସୁଚନାଦେଇଛନ୍ତି

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top