ତିର୍ତ୍ତୋଲ୨୭/୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ତିର୍ତ୍ତୋଲ ବ୍ଲକ ଅଧିନରେ ଥିବା ବିଭିନ୍ନ ସାଇ ମନ୍ଦିର ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳିଛି। ମଣିଜଙ୍ଗା, ଜଗନ୍ନାଥପୁର, ସାଗବାରିଆ, ବେହେଡ଼ା ପ୍ରଭୃତି ସ୍ଥାନରେ ଥିବା ସାଇ ମନ୍ଦିରରେ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହିତ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ମଣିଜଙ୍ଗା ସାଇବଟିକାରେ ସକାଳ ସାଢ଼େ ଚାରିଟାରେ କାକଡ଼ ଆଳତୀ, ମହାସ୍ନାନ, କର୍ପୂର ଆଳତୀ, ଶ୍ରୀ ସାଇ ସତ୍ୟନାରାୟଣ ପୂଜା, ମଧ୍ୟାହ୍ନ ଆଳତୀ, ମଧ୍ୟାହ୍ନ ୨ ପର୍ଯ୍ୟନ୍ତ ପ୍ରସାଦ ସେବନ, ବାବାଙ୍କ ଯୋଗୀ ବେଶ, ହୋମ, ପୂଜା ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ପ୍ରସିଦ୍ଧ କଳାକାର ମାନଙ୍କ ଦ୍ୱାରା ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଣିଜଙ୍ଗା ସାଇ ପରିବାର ପରିଚାଳନା କରିଥିଲେ। ଅନୁରୂପଭାବେ ଅନ୍ୟ ସାଇ ମନ୍ଦିର ଗୁଡ଼ିକରେ ପୂଜାର୍ଚ୍ଚନା, ହୋମ, ଭଜନ, ଭୋଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠି ତହୋଇଯାଇଛି।

Loading...