ଓଡ଼ିଶା

ଗୁରୁପରମ୍ପରା ଓ ଗୁରୁ ପୂଜନ ଭାରତର ମହାନ ସଂସ୍କୃତି: ରାଜ୍ୟପାଳ

ପୁରୀ:୨୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗୋବର୍ଦ୍ଧନ ମଠରେ ଶୁକ୍ରବାର ପାଳିତ ହୋଇଛି ଗୁରୁପୂର୍ଣ୍ଣିମା। ଅପରାହ୍ନରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଗୁରୁଙ୍କ ପରମ୍ପରା ଓ ଗୁରୁପୂଜନ ଭାରତ ମହାନ ସଂସ୍କୃତି ଗୁରୁଙ୍କ ବିନା ଜୀବନରେ ପୂର୍ଣ୍ଣତା ଆସେ ନାହିଁ। ସବୁ ଯୁଗରେ ଗୁରୁଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସମାଜରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ବୋଲି ସେ ମତଦେଇଥିଲେ। ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ୱତୀ କହିଲେ ଯେ, ଆଚାର୍ଯ୍ୟଙ୍କ ପରାମର୍ଶ ବିନା ଶାସନ ସଫଳ ହୋଇପାରିବ ନାହିଁ। ସରକାର ବିକାଶ ନାମରେ ବିକାଶ କରୁଛନ୍ତି। ବ୍ୟାସପୀଠ ଗୁଡ଼ିକର ସୁରକ୍ଷା କରାଯିବା ଜରୁରୀ। ଧର୍ମକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ। ଧର୍ମ ଓ ଧର୍ମଗୁରୁଙ୍କୁ ସମ୍ମାନ ଦେବା ପ୍ରଶାସନର କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଥିଲେ। ଗଜପତି ଦିବ୍ୟସିଂହ ଦେବ କହିଲେ ସନାତନ ହିନ୍ଦୁ ଧର୍ମର ସୁରକ୍ଷାରେ ଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମ ପ୍ରଶଂସନୀୟ। ଶଙ୍କରାଚାର୍ଯ୍ୟ କୋଟିକୋଟିହିନ୍ଦୁଙ୍କ ସର୍ବ ଶ୍ରେଷ୍ଠ ଗୁରୁ। ସେ ଶ୍ରୀଜଗନ୍ନାଥ ମନ୍ଦିରର ମାର୍ଗ ଦର୍ଶକ। ଭାରତ ଗୁରୁଙ୍କ ଦେଶ ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକତା ଓ ଦୈବିକ ପରମ୍ପରା ବାର୍ତ୍ତା ପ୍ରଚାର କରିଛନ୍ତି ବୋଲି ଗଜପତି ମତବ୍ୟକ୍ତ କରିଥିଲେ। ହରିହରା ନନ୍ଦ ଗୁରୁକୁଳ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ପ୍ରଶନାନନ୍ଦ ଗିରି କହିଲେଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଅହିଂସା ସର୍ବଶେଷ୍ଠ ଅସ୍ତ୍ର। ମଠମନ୍ଦିର ଓ ସାଧୁସନ୍ଥ ଦେଶର ଅମୂଲ୍ୟ ସଂପଦ। ଗୁରୁଙ୍କ ବିନା ଜୀବନରେ ସଫଳତା ମିଳେ ନାହିଁ। ସେଥିପାଇଁ ଗୁରୁଙ୍କୁ ବ୍ରହ୍ମା-ବିଷ୍ଣୁ ଓ ମହେଶ୍ୱରଙ୍କ ସହ ତୁଳନା କରାଯାଇଛି ବୋଲି ସେ କହିଥିଲେ। ଆଇନମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ, ପ୍ରତ୍ୟେକ ଗୁରୁଙ୍କୁ ସମ୍ମାନ ଦେବା ଉଚିତ୍। ନଚେତ୍ ଗୁରୁ ପରମ୍ପରାର ଅବମନନା ହେବ ବୋଲି ସେ କହିଥିଲେ। ପ୍ରାକ୍ତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ଓ ପ୍ରାକ୍ତନମନ୍ତ୍ରୀ ବିଜୟ ମହାପାତ୍ର ଉତ୍ସବରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶଙ୍କରାଚର୍ଯ୍ୟଙ୍କ ଦ୍ୱାରା ଉଚିତ୍ ଶ୍ୱନ୍ୟ ସେ ନ୍ୟୁନାଙ୍କ ଅସିଦ୍ଧି, ଅକ୍ଷରାଗମାନଙ୍କ ମାଳିକା ହୃଷିକେଶ ବ୍ରହ୍ମଚାରୀଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଆଦିତ୍ୟ ବାହିନୀ ସଭାପତି ଜିତେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାମୀ ନିର୍ବିକଲ୍ପା ନନ୍ଦ ଦୈବିକ ମଙ୍ଗଳା ଚରଣ ପାଠ କରିଥିଲେ। ଗୋବର୍ଦ୍ଧନ ପୀଠ ମୁଖ ପାତ୍ର ମନୋଜ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top