ଜିଲ୍ଲା ପରିକ୍ରମା

ଗୁରୁଜାଙ୍ଗ ଜନସେବା କେନ୍ଦ୍ର ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

ତାଳଚେର,୧୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୁରୁଜାଙ୍ଗ ଜନସେବା କେନ୍ଦ୍ର ଆନୁକୂଲ୍ୟରେ ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ତାଳଚେର ହାଟତୋଟାସ୍ଥିତ ମୁ୍ୟନିସିପାଲିଟି ମାର୍କେଟ ପରିସରରେ ପାଳିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଏବଂ ସମ୍ମାନିତ ଅତିଥିଭାବେ ଜିଲ୍ଲା ସି.ଏସ୍.ସି ମ୍ୟାନେଜର ସୈାମ୍ୟ ଦୀପକ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅତିଥିଗଣଙ୍କ ଦ୍ୱାରା ଆମ୍ବେଦକରଙ୍କ ସମ୍ପର୍କରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଭାରତୀୟ ସମ୍ବିଧାନ ପ୍ରଣୟନ ଏବଂ ମାନବିକ ଅଧିକାର ପ୍ରାପ୍ତି ନିମନ୍ତେ ଆମ୍ବେଦକରଙ୍କର ରହିଥିବା ବିଶେଷ ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁରୁଜାଙ୍ଗ ଜନସେବା କେନ୍ଦ୍ରର ସତ୍ୱାଧିକାରୀ ହିମାଂଶୁ ଶେଖର ନନ୍ଦ,ବିନୋଦ ସାହୁ,ଦିପୁ ଅମାନ୍ତ, ଚନ୍ଦନ ସାମନ୍ତ,ପୂଜା ବେହେରା, ଇତିଶ୍ରୀ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକି୍ରୟ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top