ଗୁରୁଙ୍କ ଆର୍ଶିବାଦ ସଫଳତାର ଚାବକାଠି

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପୁଜ୍ୟପୂଜାର ବ୍ୟତିକ୍ରମ, ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ସର୍ବୋପରି ଗୁରୁଜନମାନଙ୍କ ଅବହେଳା ବର୍ତ୍ତମାନ ସମୟରେ ବଢିବଢି ଚାଲିଛି। ଏହାକୁ କିପରି ଦୁର କରି ଗୁରୁଜନ ମାନଙ୍କର ଦିଗଦର୍ଶନ ଓ ହିତୋପଦେଶ ଆଗାମି ପିଢୀର ଛାତ୍ରଛାତ୍ରୀ ମାନେ ଗ୍ରହଣ କରି ଚାଲିବେ ଏବଂ ସଂସ୍କାର ସହିତ ଗଠନ ମୁଳକ ସମାଜ ସୃଷ୍ଟି ହେବ ଏହି ତତ୍ୱ କଥା ଅନ୍ନପାଳ ଓକରା ହାଇସ୍କୁଲରେ ବନ୍ଧୁମିଳନ ଓ ଗୁରୁପୂଜନ ଉସ୍ôବ ଅବସରରେ ପୁରାତନ ଛାତ୍ରସଂସଦ ପକ୍ଷରୁ ଅନୁଷ୍ଠିତ ସଭାରେ ଅତିଥି ମାନେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଛାତ୍ରସଂସଦର ସଭାପତି ଶିକ୍ଷାବିତ୍ ରାଧାମୋହନ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱଂୟସାସିତ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ଼ ରାମଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଯୋଗଦାନ କରିଥିଲେ। ରାଜ୍ୟପାଳ ପୁରସ୍କୃତ ପୁର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରାଉତ ଓ କୃଷି ବେଜ୍ଞାନିକ ଇଂ ଅରୁଣ କୁମାର ପାତ୍ରଙ୍କ ସଂଯୋଜନାରେ ପ୍ରାକ୍ତନ ଶିକ୍ଷକ ବେଣୁଧର ପତି, ପ୍ରତାପ ଚନ୍ଦ୍ର ଚୌଧୁରୀ, ରମେଶ ଚନ୍ଦ୍ର ପତ୍ରି, ରାଧାମୋହନ ପଣ୍ଡା, ପରୀକ୍ଷିତ ମହାରଣା, ହରିନାରାୟଣ ପାଢୀ, ବସନ୍ତଲତା ବାରିକ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ଜେନା, ଗଣେଶ ପ୍ରସାଦ କର, ଗୋଲକ ବିହାରୀ ରାଉତ, ସୁଧିର କୁମାର ନାୟକ, ବିଜୟ କୁମାର ପତି, କମଳା କାନ୍ତ ତ୍ରିପାଠୀ, ମଧୁସୂଦନ ପୁଣ୍ଟିଆ ଏବଂ ପରମେଶ୍ୱର ପୃଷ୍ଟିଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ରାଜେନ୍ଦ୍ର କୁମାର ପରିଡ଼ା ମଞ୍ଚ ଆହ୍ୱାନ, ସାହିତ୍ୟକ ପ୍ରଫୁଲ୍ଳ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଡ଼ ସତ୍ୟବାନ ଜେନା ଆଭିମୁଖ୍ୟ ପ୍ରଦାନ କରିଥିଲେ। ଗତବର୍ଷ ବୋର୍ଡ଼ ପରିକ୍ଷାରେ ସବୋର୍ଚ୍ଚ ନମ୍ବର ରଖିଥିବା ଓକରା ହାଇସ୍କୁଲର ମାନସୀ ସେନାପତି ଏବଂ ଆନନ୍ଦ ବଜାର ଉଚ୍ଚ ବିଦ୍ୟାଳୟର ଅର୍ପିତା ସାହୁଙ୍କୁ ରାଧାନାଥ ପଣ୍ଡା ସ୍ମାରକୀ ପୁରଷ୍କାର ପ୍ରଦାନ କରାଯାଇଥିଲା। କଳାକାର କାଳନ୍ଦୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଇନ୍ଦ୍ରମଣି ମହାରଣା, ବିଶ୍ୱନାଥ ଲେଙ୍କା, ଦୁର୍ଗାପ୍ରସାଦ ସ୍ୱାଇଁ, ନାଟ୍ୟକାର ସାରଥି ପଣ୍ଡା, ମୁକ୍ତିକାନ୍ତ ସାହୁ, ବାଇଧର ବିଶ୍ୱାଳ, ଶ୍ରୀଧର ରାଉତ, ଶ୍ୟାମସୁନ୍ଦର ପତି, ଅକ୍ଷୟ ମହାନ୍ତି, ମନସ୍ୱିନୀ ପଣ୍ଡା, ନମିତା ପରିଡ଼ା ପ୍ରମୁଖ ମାନପତ୍ର ପାଠ କରିଥିବା ବେଳେ ପୁର୍ବତନ ଜିଲ୍ଲା ଓ ଲୋକସମ୍ପର୍କ ଅଧିକାରୀ ହରମୋହନ ଜେନା, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଶରତ ଚନ୍ଦ୍ର ଦାସ, ସାଇ କିଶୋର ଜେନା, ଶୁକାନ୍ତ କୁମାର ସାହୁ, ସରପଞ୍ଚ ପଞ୍ଚାନନ ସାହୁ, ଦେବେନ୍ଦ୍ର ପୃଷ୍ଟି, ବୈକୁଣ୍ଠ ପୃଷ୍ଟି ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବ୍ରଜ ଦାସ, ପିତାମ୍ବର ଲେଙ୍କା, ଗୋକୁଳନନ୍ଦ ସ୍ୱାଇଁ, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ପ୍ରଦିପ୍ତ କୁମାର ରାୟ ଏବଂ ଭବାନୀ ଶଙ୍କର ସେନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *